ରାଉରକେଲା : ରେଳବାଇ ସମସ୍ୟା ଉପରେ ରାଉରକେଲା ବଣିକ ସଙ୍ଘ କାର୍ଯ୍ୟାଳୟରେ ଖୋଲା ଆଲୋଚନା ଚକ୍ର। ଯୋଗ ଦେଲେ ଚକ୍ରଧରପୁର ଡିଭିଜନର ଡି ଆର ଏମ୍।
ରାଉରକେଲା : ୧୦/୫ (ସତ୍ୟାନ୍ୟୁଜ) ରେଳ ବିଭାଗର ବିଭିନ୍ନ ସମସ୍ୟାକୁ ନେଇ ଏକ ଖୋଲା ଆଲୋଚନା ଚକ୍ର ରାଉରକେଲା ବଣିକ ସଙ୍ଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବଣିକ ସଙ୍ଘ ସଭାପତି ସୁବ୍ରତ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବର୍ଗର ଲୋକ ମାନେ ଭାଗ ନେଇଥିଲେ। ମୁଖ୍ୟ ଅତିଥି ଭାବେ ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧର ପୁର ଡିଭିଜନର ଡି ଆର ଏମ୍ ଅରୁଣ ରାଠୋର ଯୋଗ ଦେଇଥିଲେ। ରେଳ ରହଣି , ନୂତନ ରେଳ ଚଳାଚଳ , ଷ୍ଟେସନ ର ବିଭିନ୍ନ ସମସ୍ୟା ବାବଦରେ ଏହି ବୈଠକରେ ଆଲୋଚନା ହୋଇଥିଲା। ବଣିକ ସଙ୍ଘ ଅଧ୍ୟକ୍ଷ ଶୁଭ ପଟ୍ଟନାୟକ , ଲାୟନ୍ସ କ୍ଲବ ସମ୍ପାଦକ ମହମ୍ମଦ ଖାଲିଦ ପ୍ରମୁଖ କେତେକ ଦାବି ଉପସ୍ଥାପନ କରିଥିଲେ। ତେବେ ରାଉରକେଲାକୁ ସ୍ୱତନ୍ତ୍ର ରେଳ ଡିଭିଜନର ମାନ୍ୟତା ଦେବାର ସମ୍ଭାବନ କମ ବୋଲି ଡି ଆର ଏମ୍ କହିଥିଲେ।