ରାଉରକେଲା : ପାଣି ପାଇଁ ଆନ୍ଦୋଳନ।। ସହର ସେବା କାର୍ଯ୍ୟାଳୟ ସମ୍ମୁଖରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ।

0 334

ରାଉରକେଲା : ୮/୫ (ସତ୍ୟାନ୍ୟୁଜ) ‘ପାଣି ଦିଅ ନହେଲେ ଜୀବନ ନିଅ’। ଏଭଳି ସ୍ଲୋଗାନ ସହ ଆଜି ଇସ୍ପାତ ସହରାଞ୍ଚଳ ବସ୍ତିରେ ରହୁଥିବା ଲୋକେ ଆନ୍ଦୋଳନ କରିଛନ୍ତି। ପ୍ରାକ୍ତନ ରଘୁନାଥପାଲୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଙ୍କ ନେତୃତ୍ବରେ ବସ୍ତି ବାସିନ୍ଦା ଇସ୍ପାତ କାରଖାନା ର ସହର ସେବା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଦନ କରିଥିଲେ। ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ କାର୍ଯ୍ୟାଳୟ ଗେଟ୍ ବନ୍ଦ କରି ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଥିଲେ। ଘଟଣାସ୍ଥଳ ସିଜିଏମ ଆସି ସେମାନଙ୍କ ନାର୍ଯ୍ଯ ଦାବି ଶୁଣି ଏହାର ତୁରନ୍ତ ସମାଧାନ କରିବା ଦାବିରେ ଜିଦ୍ ଧରିଥିଲେ। ଖବର ପାଇ ୩ ମମ୍ବର ସେକ୍ଟର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ବୁଝାଶଝା କରି କରିଥିଲେ। ପରେ ଏକ ପ୍ରତିନିଧି ମଣ୍ଡଳୀ ସହର ପ୍ରଶାସକ ତଥା ସିଜିଏମ ପ୍ରତାପ କିଶୋର ସ୍ବାଇଁ ଙ୍କ ସହ ଆଲୋଚନା କରିଥିଲେ। ୬ ଦଫା ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବସ୍ତି ଅଞ୍ଚଳ ରେ ପାଇପ୍ ବିଛା ହୋଇଥିଲା ବେଳେ ମୁଖ୍ୟ ସ୍ରୋତ ସହ ସଂଯୋଗ ହୋଇ ନାହିଁ,ସୈରଚାଳିତ ସମସ୍ତ ପାନୀୟ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି, ବସ୍ତି ର ସମସ୍ତ ନଳକୂପ ଅଚଳ ପ୍ରାୟ ତେଣୁ ଏପରି ସ୍ଥଳେ ବସ୍ତି ବାସୀ କିପରି ପାନୀୟ ଜଳ ପାଇବେ ତାର ସମାଧାନ ନେଇ ଆରଏସପି କର୍ତ୍ତୃପକ୍ଷ ବ୍ଯାବସ୍ଥା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲ। ସିଜିଏମଙ୍କ ସହ ଉପସ୍ଥିତ ଆଲୋଚନା ରେ ଟାଉନ ଇଞ୍ଜିନିୟରିଂ ବିଭାଗ ର ଜିଏମ ଇନଚାର୍ଜ ବି.କେ. ଜୋଜୋ,ସହର ସେବା କାର୍ଯ୍ୟାଳୟର ଜିଏମ ପି.କେ.ଦାସ,ବିଭାବଶୁ ମଲ୍ଲିକ ଓ ଅନ୍ୟାନ୍ୟ ଅଧିକାରୀ ଙ୍କ ଉପସ୍ଥିତି ଥିଲେ। ରଆସନ୍ତା ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଏହି ବିକ୍ଷୋଭରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀ, ଉପସଭାପତି ଉମେଶ ଶରଣ, ସାଧାରଣ ସମ୍ପାଦକ ସରୋଜ ଲେଙ୍କା, ରାଜ୍ୟ ମହିଳା ଉପସଭାପତି ପ୍ରଭାତୀ ମିଶ୍ର, ସାଧାରଣ ସମ୍ପାଦକ ଲତା ନାୟକ, ପିସିସି ମେମ୍ବର ତୁଳସୀ ନାଗ, ରାଜ୍ୟ ସୋସିଆଲ ମିଡ଼ିଆ ସମ୍ପାଦକ ବିଶ୍ବ ରଞ୍ଜନ ରାଉତ, ଯୁବନେତା ସରୋଜ କୁମାର ନାୟକ,ବାବୁ ମାହାନ୍ତି, ରାଜେଶ ମଣ୍ଡଳ,ସୋନୁ ସିଂ,ରାଜୁ ଖଡିଆ, ଜିତେନ ମାଛଖଣ୍ଡ, ସୁରଜ କଂସାରୀ, ଲକ୍ଷ୍ମୀ ପ୍ରିୟା ରାୟ,ଆଶା ଖାଡିଆ,ରିନା ଖାଡିଆ,ମୀନା ଖାଡିଆ ସାବିତ୍ରୀ ଖାଡିଆ, ସୁନୀତା କୈ।ର,ନଅଟି ସିଂ, ସୀମା ମହାତୋ,ବମୁନା ମାହାତୋ ଅନୀତା ସିଂ,ମଞ୍ଜୁ ବାହାଦୂର,ଆଶା ଖାଡିଆ, ସୁବାଷ କଂସାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.