ରାଉରକେଲା : ୮/୫ ( ସତ୍ୟାନ୍ୟୁଜ ) କଷ୍ଟମର କେୟାର ନମ୍ବର କୁ ହ୍ୟାକ କରି ବୀମାକାରୀଙ୍କ ଠାରୁ ଅର୍ଥ ହଡପ କରୁଥିବା ଏକ ଆନ୍ତରାଜ୍ୟ ଅନଲାଇନ ଠକ ଦଳକୁ ରାଉରକେଲା ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଟାଟା ସଫାରି ଗାଡି , ୧୨ଟି ମୋବାଇଲ ଫୋନ , ୨୧ ଟି ସିମ କାର୍ଡ , ଲାପଟପ ଆଦି ଜବତ କରିଛି। ଏହି ଠକ ଦଳ ର ନିତିନ କସନା , ଆଶିଷ ଚୌଧୁରୀ , ରବି କୁମାର , ଅଜୟ କୁମାର ଗାଜ଼ୀଆବାଦ , ଦିଲ୍ଲୀ , ମୁଜ଼ାଫର ନଗର ଅଞ୍ଚଳର। ରାଉରକେଲା ର ଜଣେ ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କ ଠାରୁ ଅଭିଯୋଗ ପାଇବା ପରେ ରଘୁନାଥପାଲି ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗାଜ଼ୀଆବାଦ ରୁ ପୋଲିସ ଗିରଫ କରିଥିଲେ। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।