ରାଉରକେଲା : ୱାର୍ଟକୋ ଜଳ ଯୋଗାଣ ସାରଥୀ ‘ଜଳସାଥି’ ଙ୍କୁ ସମ୍ବର୍ଦ୍ଧିତ କରାଗଲା।। ଜନସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟଳୟରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

0 369

ରାଉରକେଲା : ୬/୫ (ସତ୍ୟାନ୍ୟୁଜ) ରାଉରକେଲା ଓ୍ବାଟକୋ ବିଭାଜନର ଜଳ ଯୋଗାଣ ସାରଥୀଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଜଳ ସାଥୀମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆଜି ପାନପୋଷ ସ୍ଥିତ ଜନ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ମହାନଗର ନିଗମ କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ଶୁଭଙ୍କର ମହାପାତ୍ର, ସମ୍ମାନୀୟ ଅତିଥି ଭାବରେ ରାଉରକେଲା ଓ୍ବାଟକୋର ସାଧାରଣ ପରିଚାଳକ ଆଦିଲ୍ ମହମ୍ମଦ, ସମ୍ମାନୀୟ ଅତିଥି ବିରମିତ୍ରପୁର ମ୍ଯୁନିସିପାଲଟି ଇ.ଓ. ସୁମିତ୍ ଦାସ, ସମ୍ମାନୀୟ ଅତିଥି ସୁନ୍ଦରଗଡ଼ ଓ୍ବାଟକୋ ସାଧାରଣ ପରିଚାଳକ ପ୍ରତାପ କେଶରୀ ମହାନ୍ତି ଏବଂ ଅନ୍ଯତମ ସମ୍ମାନୀୟ ଅତିଥି ଭାବରେ ରାଜଗାଙ୍ଗପୁର ମ୍ଯୁନିସିପାଲଟି ଇ.ଓ. ଗୋବିନ୍ଦ ଦଣ୍ଡସେନା ଯୋଗଦେଇଥିବା ବେଳେ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ଶ୍ରୀକାନ୍ତ ଚୌଧୁରୀ ଏବଂ ଜଳସାଥୀ କୋ-ଅର୍ଡିନେଟର ତଥା ସିଟି ମିସନ୍ ପରିଚାଳକ ସନ୍ତୋଷ କୁମାର ଭୂୟାଁ। ପ୍ରାରମ୍ଭିକ ଅଭିଭାଷଣରେ ରାଉରକେଲା ଓ୍ବାଟକୋ ବିଭାଜନ ସାଧାରଣ ପରିଚାଳକ ଆଦିଲ ମହମ୍ମଦ କହିଥିଲେ ଯେ, ଜଳ ପରିଚାଳନାରେ ଗ୍ଲୋବାଲ ଲିଡରସିପ୍ ଆଓ୍ବାର୍ଡ – ୨୦୨୨ ପାଇଛି। ଜଳସାଥୀ ଭଉଣୀମାନେ ଆମର ସାରଥୀ ଏବଂ ତାଙ୍କରି ଜରିଆରେ ବିଗ୍ ଫର୍ କ୍ଯାପ୍ କାର୍ଯ୍ଯକୁ ଆଗେଇ ନେବାପାଇଁ ଆମର ଏହି ପ୍ରୟାସ। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଉରକେଲାର ଜଳସାଥୀମାନେ ଏତେ ଭଲ ଯେ, ସେମାନେ ଭଲ ମାତ୍ରାରେ ଓ୍ବାଟର ଟ୍ଯାକ୍ସ କଲେକ୍ସନ କରିପାରିଛନ୍ତି, ଆଗକୁ ଏହି କାର୍ଯ୍ଯ ଜାରି ରଖିବେ ବୋଲି ସେ, ଆଶା ପ୍ରକଟ କରିଛନ୍ତି। ଓଡ଼ିଶାର ଓ୍ବାଟର ଟ୍ଯାକ୍ସ କଲେକ୍ସନରେ ପ୍ରଥମ ୧୦ଜଣ ଜଳସାଥୀଙ୍କ ମଧ୍ୟରେ ରାଉରକେଲାର ୫ଜଣ ଜଳସାଥୀ ଥିବାରୁ, ସେମାନଙ୍କୁ ଏହି କାର୍ଯ୍ଯକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶାର ପ୍ରଥମ ୧୦ଜଣ ଜଳସାଥୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ରାଉରକେଲାର ସବିତା ରଥ, ସେ ଗତ ଏପ୍ରିଲ ମାସରେ ୧୦ଲକ୍ଷ ୪୭ହଜାର ଟଙ୍କା ଟ୍ଯାକ୍ସ ଆଦାୟ କରି ଏହି ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଶାର ୪ର୍ଥ ସ୍ଥାନ ଅଧିକାର କରିଥିବା ରାଉରକେଲାର ଲିଲି ଜେନା, ୫ମ ସ୍ଥାନ ଅଧିକାର କରିଥିବା ରାଜଶ୍ରୀ ମିଶ୍ର, ଷଷ୍ଠ ସ୍ଥାନ ରଶ୍ମୀରେଖା ପାଣି ଓ ନବମ ସ୍ଥାନ ଅଧିକାର କରିଥିବା ଲକ୍ଷ୍ମୀ ରାଉତଙ୍କୁ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ମାନପତ୍ର, ଟ୍ରଫି ଓ ପାଟ ଶାଢ଼ୀ ପ୍ରଦାନକରି ପୁରସ୍କୃତ କରିଥିଲେ। ଓଡ଼ିଶାର ସମୁଦାୟ ୪୧ ଜଣ ଜଳସାଥୀଙ୍କ ମଧ୍ୟରୁ ରାଉରକେଲାର ୨୨ ଜଣ ଜଳସାଥୀ ଉତ୍ତମ କାର୍ଯ୍ଯ କରିଥିବାରୁ ସେମାନଙ୍କୁ ମୁଖ୍ଯ ଅତିଥି ମଧ୍ୟ ପାଟ ଶାଢ଼ୀ ପ୍ରଦାନ କରି ପୁରସ୍କୃତ କରିଥିଲେ। କାର୍ଯ୍ଯକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ରାଉରକେଲା ଓ୍ବାଟକୋ ବିଭାଜନର ପରିଚାଳକ ଆଦିଲ ମହମ୍ମଦ।

Leave A Reply

Your email address will not be published.