ବାରିପଦା : ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ୯ ମିନିଟ ବିଦ୍ୟୁତ ଲାଇଟ ପଳାଇଲା।। ଝାପସା ଆଲୁଅରେ ରାଷ୍ଟ୍ରପତି ଅଭିଭାଷଣ ରଖିଲେ।

0 397

ବାରିପଦା : ୬/୫ (ସତ୍ୟାନ୍ୟୁଜ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ମୟୁରଭଞ୍ଜ ଜିଲ୍ଲା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ସମୟରେ ଏକ ବଡ ଧରଣର ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି । ଝାପସା ଆଲୁଅରେ ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିଥିଲେ । ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ପ୍ରାୟ ୯ ମିନିଟ୍ ଧରି ବିଜୁଳି କାଟ ହୋଇଥିଲା । ୧୧ଟା ୫୬ ମିନିଟ୍ ରୁ ୧୨ଟା ୫ ମିନିଟ୍ ପର୍ଯ୍ୟନ୍ତ ବିଜୁଳି କାଟ ହୋଇଥିଲା । ଡାଏସ୍ ଉପରେ ଲାଗିଥିବା ଝାପସା ମିଞ୍ଜି ଆଲୁରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣ ରଖିଥିଲେ। ବିଦ୍ୟୁତ ଚାଲିଯିବା ଯୋଗୁ ରାଷ୍ଟ୍ରପତି ଅତି ଭଦ୍ରତାର ସହ ନିଜର ଅସନ୍ତୋଷ ଜାହିର କରିଥିଲେ ରାଷ୍ଟ୍ରପତି। ଅନ୍ୟପକ୍ଷରେ ବିଦ୍ୟୁତ ବିତରଣ କମ୍ପାନୀ ବିଦ୍ୟୁତ କାଟ ହୋଇ ନଥିବା କହିଥିବା ବେଳେ ଏସି ଏବଂ ମାଇକ ଚାଲୁଥିବା କହିଥିଲେ। କେବଳ ଲାଇଟ ଯାଇଥିବାରୁ ଏହା ୱେରିଙ୍ଗ ତ୍ରୁଟି ହୋଇଥାଏ ବୋଲି ବିଦ୍ୟୁତ ବିତରକ କମ୍ପାନୀ କହିଛନ୍ତି।

ତିନିଦିନିଆ ଓଡ଼ିଶା ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସେ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଚାଲିଥିବା ସମୟରେ ହଠାତ୍ ଲାଇଟ ପଳାଇଥିଲା । ଏହି ସମୟରେ ରାଷ୍ଟ୍ରପତି ଟିକେ ବିବ୍ରତ ହୋଇ ପଡିଥିଲେ। କିନ୍ତୁ ସେ ନିଜର ଅଭିଭାଷଣ ଜାରି ରଖିଥିଲେ । ୯ ମିନିଟ ପରେ ପୁଣି ଆଲୁଅ ଜଳିଥିଲା । ୯ ମିନିଟ୍ ଧରି ରାଷ୍ଟ୍ରପତି ଅନ୍ଧକାରରେ ନିଜର ଅଭିଭାଷଣ ରଖିଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ବ୍ୟକ୍ତ କରାଯିବା ସହ ବିଜୁଳି ବିଭ୍ରାଟ ତଦନ୍ତ ର ଆବଶ୍ୟକତା ରହିଥିବା କୁହାଯାଉଛି। ତେବେ ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ଅଡ଼ିଟୋରିଅମ ରେ ୯ ମିନିଟ ଧରି ଲାଇଟ ପଳାଇବା ଅତି ସମ୍ବେଦନଶୀଳ ବିଷୟ। ଏହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.