ରାଉରକେଲା : କୋଇଡାରେ ଦଶାହ ଭୋଜି ଖାଇ ଅସୁସ୍ଥ ମାନଙ୍କ ସଂଖ୍ୟାରେ ବୃଦ୍ଧି।। ୪୧ ଜଣ ଏବେବି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅଛନ୍ତି।

0 354

ରାଉରକେଲା : ୫/୫ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ଅନ୍ତର୍ଗତ ସାନ ଇନ୍ଦିପୂର୍ ଗାଁରେ ଦଶାହ କର୍ମରେ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୧୦୦ ପାର କରିଯାଇଛି। ଅସୁସ୍ଥଙ୍କ ମଧ୍ୟରୁ ୪୨ ଜଣ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଜଣେ ଆକ୍ରାନ୍ତ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡିସଚାର୍ଜ ହୋଇଥିବା ବେଳେ ଅନ୍ୟ ୪୧ ଜଣ ଏବେବି ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲଥିବାରୁ ଖୁବ ଶୀଘ୍ର ସେମାନେ ନିଜନିଜ ଘରକୁ ଯିବେ ବୋଲି ସିଡିଏମଓ ସରୋଜ କୁମାର ମିଶ୍ର କହିଛନ୍ତି। ମଙ୍ଗଳବାର ରାତିରେ ଗାଁ ର ଜଣଙ୍କ ଦଶାହ କର୍ମ ଭୋଜିରେ ଲୋକମାନେ ଯୋଗ ଦେଇଥିଲେ। ଖାଇ ସାରିବା ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ଅନୁଭବ କରିଥିଲେ। ପରେ ଆକ୍ରାନ୍ତ ମାନଙ୍କୁ ହସପିଟାଲ ଅଣା ଯାଇଥିଲା। ଭୋଜିରେ ନିକଟରେ ଥିବା ଏକ କୂଅର ପାଣି ବ୍ୟବହାର କରାଯାଇଥିଲା। ଲୋକମାନେ ଏହି କୂଅ ପାଣି ମଧ୍ୟ ପିଇଥିଲେ। ସମ୍ଭବତଃ କୂଅ ପାଣି ଯୋଗୁଁ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୂଅ ପାଣି ପରୀକ୍ଷା ଲାଗି ସାମ୍ପଲ ସଂଗ୍ରହ କରାଯାଇଛି। କୂପର ଜଳକୁ ବିଶୋଧନ କରା ଯାଇଥିବା ବେଳେ ଏହି ପାଣି ବ୍ୟବହାର ନକରିବାକୁ ଗ୍ରାମବାସୀଙ୍କୁ ନିବେଦନ କରଯାଇଛି।

Leave A Reply

Your email address will not be published.