ମୟୁରଭଞ୍ଜ : ରାଷ୍ଟ୍ରପତି ଙ୍କ ଗସ୍ତର ଦୂତୀୟ ଦିନ।। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି।। ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ।
ମୟୁରଭଞ୍ଜ : ୫/୫ (ସତ୍ୟାନ୍ୟୁଜ) ଭାରତର ମହାମହିମ ରାଷ୍ଟ୍ରପତି ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ମୟୂରଭଞ୍ଜ ଗ୍ରସ୍ତର ଆଜି ଦୂତୀୟ ଦିନ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟିକୁ ଆସିଛନ୍ତି ରାଷ୍ଟ୍ରପତି । ୪ ତାରିଖ ଦିନ ରାଷ୍ଟ୍ରପତି ନିଜ ଗାଁ ରେ ସମୟ ବିତାଇବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ଦାଣ୍ଡବୋଷ ଯାଇ ସେଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିପୀଠରେ ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ। ଶିମିଳିପାଳ ଅଭୟାରଣ୍ୟ ପରିଭ୍ରମଣ କରିଥିଲେ। ଯଶିପୁର ଛେଳିଗୋଧଳି ଠାରେ ବାୟୁସେନାର ହେଲିକ୍ୟାପ୍ଟର ଆସି ପହଞ୍ଚିବା ପରେ ଶିମିଳିପାଳ ଯାତ୍ରା କରିଥିଲେ। ହେଲିପ୍ୟାଡରେ ଅବତରଣ ପରେ ସେଠାରୁ ସଡକ ପଥରେ ଶିମିଳିପାଳ ଅଭିମୁଖେ ଯାତ୍ରା କରିଥିଲେ ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁଙ୍କସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।