ରାଉରକେଲା : ରୂପଟୋଲା ବସ୍ତି ଛବିଲାଲ ହତ୍ୟା ମାମଲାର ପର୍ଦ୍ଦାଫାସ।। ହତ୍ୟା ଅଭିଯୁକ୍ତ ଦୁଇ ପଡୋଶୀ ଗିରଫ।। ଜଣେ ଫେରାର।

0 855

ରାଉରକେଲା : ୪/୫ (ସତ୍ୟାନ୍ୟୁଜ) ଜଣେ ୨୮ ବର୍ଷୀୟ ଯୁବକଙ୍କୁ ହତ୍ୟାକରି ନଦୀରେ ଭସାଇ ଦିଆଯାଇଥିବା ମାମଲାର ପର୍ଦ୍ଦାଫାସ ରାଉରକେଲା ପୋଲିସ କରିଛି। ଦୁଇ ଜଣ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ଗତ ୨୪ ତାରିଖରେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ଶବ ପାଇଥିଲେ। ଶବର ଅବସ୍ଥାରୁ ଏହା ଏକ ହତ୍ୟା ମାମଲା ହୋଇଥିବା ପୋଲିସ ନିଶ୍ଚିତ ହେବା ପରେ ତଦନ୍ତ ଆରମ୍ଭ କରିଥିଲେ। ମୃତ ଯୁବକ ରୂପଟୋଲା ପାର୍କିଂ ବସ୍ତିର ଛବିଲାଲ ହେମ୍ବ୍ରମ ବୋଲି ଜଣା ପଡିଥିଲା। ପୂର୍ବ ଶତ୍ରୁତା ଏବଂ ଅନ୍ୟ କେତେକ କାରଣରୁ ଛବିଲାଲକୁ ତାଙ୍କ ପଡୋଶୀ ଅମରଜିତ ସାହୁ , ମନୋଜ ସମାସି ଏବଂ କୃଷ୍ଣ ଚନ୍ଦ୍ର ନାଏକ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣି ପାରିଥିଲା। ଚାବିଲାଲ ଙ୍କ ଘର ଆଗରେ ବାଡ଼ିରେ ପିଟି ତାଙ୍କୁ ହତ୍ୟା କରିବା ପରେ ଏକ ସର୍ଜିକାଲ ଛୁରୀରେ ତାଙ୍କ ପେଟ କାଟି ଦେଇଥିଲେ। ପରେ ଏକ ସ୍କୁଟିରେ ଅଭିଯୁକ୍ତ ମାନେ ମୁତକ ଛବିଲାଲଙ୍କ ଶବକୁ ନେଇ ବ୍ରାହ୍ମଣୀ ନଦୀରେ ଭସାଇ ଦେଇଥିଲେ। ପୋଲିସ ଏହି ହତ୍ୟା କାଣ୍ଡର ଦୁଇ ଅଭିଯୁକ୍ତ ଅମରଜିତ ଏବଂ ମନୋଜଙ୍କୁ ଗିରଫ କରି ସାରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି।

Leave A Reply

Your email address will not be published.