ରାଉରକେଲା : ୩/୫ (ସତ୍ୟାନ୍ୟୁଜ) ବଣାଇ ଥାନା ଅନ୍ତର୍ଗତ ଦରେଇକଲା ନିକଟରେ ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଆହତ ମାନଙ୍କୁ ବଣାଇ ହସପିଟାଲ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ହସପିଟାଲ ସ୍ଥାନାନ୍ତର କରାଯାଇଛି । ପୋଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭର କୁ ଅଟକ ରଖି ତଦନ୍ତ କରୁଛି। ବୁଧବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି।