ରାଉରକେଲା : ୩/୫ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ଅନ୍ତର୍ଗତ ସାନ ଇନ୍ଦିପୂର୍ ଗାଁରେ ଦଶାହ କର୍ମରେ ଭୋଜି ଖାଇ ବହୁ ଲୋକ ଅସୁସ୍ଥ ହୋଇ ପଡିଛନ୍ତି। ମଙ୍ଗଳବାର ରାତିରେ ଗାଁ ର ଜଣଙ୍କ ଦଶାହ କର୍ମ ଭୋଜିରେ ଲୋକମାନେ ଯୋଗ ଦେଇଥିଲେ। ଖାଇ ସାରିବା ପରେ ଜଣଙ୍କ ପରେ ଜଣେ ପ୍ରାୟ ୧୫ରୁ ୨୦ ଜଣ ଅସୁସ୍ଥ ଅନୁଭବ କରିଥିଲେ। ପରେ ଆକ୍ରାନ୍ତ ମାନଙ୍କୁ ଡାଇରିଆ ହୋଇ ଯାଇଥିଲା। ଖବରପାଇ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ୍ ସମସ୍ତଙ୍କୁ କୋଇଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଛି।