ରାଉରକେଲା : ଅବସର ନେବା ପୁର୍ବରୁ ରେଳବାଇ ଏସ୍ ପି ଅରୁଣ କୁମାର ଜେନାଙ୍କୁ ସମ୍ବର୍ଦ୍ଧନା।। ସମ୍ବର୍ଦ୍ଧିତ କଲେ ବିରଜା ସଂସ୍କୃତି ପରିଷଦର କର୍ମକର୍ତ୍ତା।

0 471

ରାଉରକେଲା : ୩/୫ (ସତ୍ୟାନ୍ୟୁଜ) ସରକାରୀ ହେଉ କି ବେସରକାରୀ ସେବା। କର୍ମମୟ ଜୀବନରୁ କେବେନା କେବେ ଅବସର ନେବାକୁ ପଡେ। ଅବସର ନେବାପରେ ପଛରେ କିଛି ଛାଡି ଆସିଲା ପରି ଲାଗି ଥାଏ। ସେହିପରି ପାଇଥିବା ଗୁରୁଦାୟିତ୍ୱ ରୁ ମୁକ୍ତ ହୋଇ ସ୍ୱାଧୀନ ଜୀବନ ବିତାଇବା ମଧ୍ୟ ଆନନ୍ଦ ଅଲଗା ଥାଏ। କିନ୍ତୁ ଅବସର ସମୟରେ ଭାଇ , ବନ୍ଧୁ , ସହକର୍ମୀ ଠାରୁ ମିଳିଥିବା ସମ୍ମାନ କେବେହେଲେ ଭୁଲି ହୁଏନା। ଏହା ଦେଖିବାକୁ ମିଳିଛି ରାଉରକେଲାରେ। ରାଉରକେଲା ରେଳବାଇ ଏସ୍ ପି ଅରୁଣ କୁମାର ଜେନା ଆସନ୍ତା ମେ ୩୧ ତାରିଖରେ ଅବସର ନେବେ। ଅବସର ନେବା ପୂର୍ବରୁ ଆଜି ତାଙ୍କ ଜନ୍ମ ସ୍ଥାନ ଯାଜପୁରର କେତେକ ସଙ୍ଗଠନର କର୍ମକର୍ତ୍ତା ତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ଧାଇଁ ଆସିଛନ୍ତି ରାଉରକେଲା। ବ୍ୟାସଭିଆନ ୮୧ , ବିରଜା ସଂସ୍କୃତି ପରିଷଦ , ଟ୍ୟାକ୍ସ ବାର ଆସୋସିଏସନ ର ସଦସ୍ୟ ମାନେ କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ‘ଅରୁଣ କୁମାର ଜେନା ଯାଜପୁରର ସୁପୁତ୍ର। ତାଙ୍କ କର୍ମମୟ ଜୀବନରେ ସେ ବିଭିନ୍ନ ସ୍ଥାନରେ ଦକ୍ଷତା ପ୍ରଦାନ କରିଛନ୍ତି। ତେଣୁ ଅବସର ନେବା ପୂର୍ବରୁ ତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ଆସିଛନ୍ତି’ , ବୋଲି କହିଛନ୍ତି ବିରଜା ସଂସ୍କୃତି ପରିଷଦର ଆବାହକ ବିବେକାନନ୍ଦ ମହାନ୍ତି।

Leave A Reply

Your email address will not be published.