ରାଇରଙ୍ଗପୁର : ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି ଓଡିଶା।। ମୟୁରଭଞ୍ଜ ଜିଲ୍ଳାର ବିଭିନ୍ନ ସ୍ଥାନ ଗସ୍ତ କରିବେ।

0 312

ରାଇରଙ୍ଗପୁର : ୩/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି। ରାଇରଙ୍ଗପୁର ମାଟିର ଝିଅ ଶ୍ରୀମତୀ ମୁର୍ମୁ ତିନିଦିନିଆ ମୟୂରଭଞ୍ଜ ଗ୍ରସ୍ତରେ ଆସୁଛନ୍ତି |ରାଷ୍ଟ୍ରପତି ଗ୍ରସ୍ତକୁ ନେଇ ତାଙ୍କ ଗାଁ ପାହାଡପୁରଠାରୁ ଆରମ୍ଭ କରି ବାରିପଦା ସମେତ ସାରା ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି । ଯୁଦ୍ଧକାଳୀନ ଭିତ୍ତିରେ ପକ୍କା ରାସ୍ତା,ବିଦ୍ୟୁତ୍ ମରାମତି,ଅସ୍ଥାୟୀ ହେଲିପ୍ୟାଡ୍ ଆଦିର ନିର୍ମାଣ କାର୍ଯ୍ୟ ଚାଲିଛି । ଚାରି ତାରିଖରେ ମହାମହିମଙ୍କ ରାତ୍ରିଯାପନ ନିମନ୍ତେ ଝାଡଖଣ୍ଡ ଟାଟାନଗରରୁ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଥିବା ଖଟ,ବିଛଣା ଓ ଅନ୍ୟାନ୍ୟ ଆସବାବପତ୍ର ପୂର୍ତ୍ତ ବିଭାଗ ଡାକବଙ୍ଗଳାକୁ ଅଣାଯାଇଛି। ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରତିଷ୍ଠିତ ଏସ୍ଏଲ୍ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟର କର୍ମଚାରୀ ମନା ପ୍ରତିହାରୀଙ୍କ ତତ୍ତ୍ବାବଧାନରେ ଶାଗୁଆନ ଓ ପିଆଶାଳରେ ନିର୍ମିତ ସ୍ବତନ୍ତ୍ର ଚୌକି ମଧ୍ୟ ତିଆରି ସରିଛି। ଏସ୍ଏଲ୍ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଏହି ଚୌକିକୁ ରଖାଯାଇଥିବା ବେଳେ ବିଦ୍ୟାଳୟକୁ ମଧ୍ୟ ଚକାଚକ୍ କରାଯାଇଛି। ରାଷ୍ଟପତିଙ୍କୁ ପାଖରୁ ଦେଖିବା ପାଇଁ ଅଞ୍ଚଳବାସୀ ଉତ୍କଣ୍ଠାର ସହ ଚାହିଁ ବସିଥିବା ବେଳେ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ଉପଖଣ୍ଡ ପ୍ରଶାସନ ତତ୍ପର ହୋଇଉଠିଛନ୍ତି। ରାଇରଙ୍ଗପୁର ସହରର କଚେରୀ ଷ୍ଟାଡିୟମ ପଡିଆ,ବସା ମହୁଲଡିହାଁ,ପାହାଡପୁର,ଦାଣ୍ଡବୋଷ ତଥା ବିଭନ୍ନ ରହଣୀ କକ୍ଷ ଜୋରସୋର ଭାବେ ସଫାସୁତୁରା ଚାଲିଛି । ରାଷ୍ଟ୍ରପତି ୫ ତାରିଖ ଯଶିପୁର ଓ ଶମିଳିପାଳ ପରିଦର୍ଶନ କରିବେ । ୬ ତାରିଖ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦାନ କରିବାର ସୂଚନା ମିଳିଛି । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ପ୍ରକାର କାର୍ଯ୍ୟକୁ ହାତକୁ ନିଆଯାଇଛି । ରାଇରଙ୍ଗପୁରର ର ବିଭିନ୍ନ ସ୍ଥାନରେ ଦ୍ରୌପଦୀ ମୁର୍ମୁଙ୍କର ଫଟୋ ଚିତ୍ର ଶୋଭାବଦ୍ଧନ କରିଛି ।

Leave A Reply

Your email address will not be published.