ସୁନ୍ଦରଗଡ଼ : ୩/୫ (ସତ୍ୟାନ୍ୟୁଜ ) ରୋଷାଇ କରୁଥିବା ବେଳେ ହଠାତ ଫାଟିଗଲା ଗ୍ୟାସ ସିଲିଣ୍ଡର । ଦେଖୁ ଦେଖୁ ଜଳି ଗଲା ଅଧା ଘର। ଦୋହଲି ଗଲା ଆଖପାଖ ଅଞ୍ଚଳ । ଗତକାଲି ରାତିରେ ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ କେନ୍ଦୂପଡା ରେ । ଘରେ ରହୁଥିବା ଲୋକମାନେ ଅନ୍ୟ ରୁମରେ ଥିବାରୁ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଥିଲେ। ସିଲିଣ୍ଡର ଫାଟିବା ଶଦ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଆଖ ପାଖ ଘର ଗୁଡ଼ିକ ଦୋହଲି ଯାଇଥିଲା । ସିଲିଣ୍ଡର ଫାଟିବା ପରେ ଘରେ ନିଆଁ ଲାଗିଯାଥିଲା ଫଳରେ ଅଧା ଘର ଜଳିଯାଇଛି । ଖବର ପାଇ ଟାଉନ୍ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା । ତେବେ କେଉଁ କାରଣରୁ ଗ୍ୟାସ ସିଲିଣ୍ଡର ଫାଟିଲା ଅଗ୍ନିଶମ ବିଭାଗ ତାହାର ତଦନ୍ତ କରୁଛି।