ସୁନ୍ଦରଗଡ଼ : ଚୋରକୁ ଗୋଡାଉଥିବା ବେଳେ ଟ୍ରେଲର ମାଡିଯିବାରୁ ୩ ମୃତ।। ମୃତକଙ୍କ ମଧ୍ୟରେ ଜଣେ ଚୋର ଏବଂ ୨ ଜଣ ଠିକା ସଂସ୍ଥା କର୍ମଚାରୀ।
ସୁନ୍ଦରଗଡ଼ : ୨/୫ (ସତ୍ୟାନ୍ୟୁଜ) ଚୋରଙ୍କୁ ଗୋଡ଼ାଇଲା ବେଳେ ଅଘଟଣ। ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଦୁର୍ଘଟଣାରେ ଜଣେ ଚୋର ସହିତ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଅନ୍ୟ ଦୁଇ ଜଣ ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାର ଦୁଇ କର୍ମଚାରୀ । ଘଟଣା ଅନୁସାରେ ହେମଗିରି ଥାନା ବାଙ୍କିବାହାଲ – ଟପରିଆ ରାସ୍ତାର ବିଲେଇମୁଣ୍ଡା ନିକଟ ଛତାବର ନିକଟରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ଠିଆ ହୋଇଥିଲା। ଗତକାଲି ରାତିରେ ସେଥିରୁ ଟାୟାର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଚୋରି କରିବା ଉଦ୍ଦେଶ୍ୟ ରେ ତିନି ଜଣ ଚୋର ସେଠାକୁ ଆସିଥିଲେ । କିନ୍ତୁ ସେଠାରେ ରାସ୍ତା ନିର୍ମାଣକାରୀ ସଂସ୍ଥାର ସିକ୍ୟୁରିଟି ଗାର୍ଡ ଦେଖି ଚୋରଙ୍କୁ ବାରଣ କରିଥିଲା । ଯାହାକୁ ନେଇ ଚୋର ଏବଂ ସଂସ୍ଥା ର କର୍ମଚାରୀ ଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଚୋର ମାନେ ଦୌଡ଼ି ପଳାଇଥିଲେ। ଚୋର ଙ୍କୁ ନିର୍ମାଣକାରୀ ସଂସ୍ଥାର ସୂପରଭାଇଜର ଏବଂ ସିକ୍ୟୁରିଟି ଗାର୍ଡ ଗୋଡ଼ାଇ ଥିଲେ । ହଠାତ ସାମ୍ନା ପଟରୁ ଏକ ଟ୍ରଲର ଆସି ତିନି ଜଣଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ତିନି ଜଣଙ୍କର ଘଟଣସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଧକ୍କା ଦେଲା ପରେ ଟ୍ରଲରଟି ଅଳ୍ପ ଦୂର ଯାଇ ଓଲଟି ପଡିଥିଲା । ସୂଚନା ପାଇ ପୋଲିସ ପହଞ୍ଚି ମୃତ ଦେହ ଗୁଡ଼ିକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ମୃତକ ମାନେ ଠିକା ସଂସ୍ଥାର କର୍ମଚାରୀ ବରଗଡ଼ ଜିଲ୍ଲା ଭେଡେନ ଥାନା ମହୁଲପାଲି ଗାଁର ମାନସ କୁମାର ରଥ , ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଉଡୁସୁ ଗାଁର ପ୍ରିନ୍ସ ନାଏକ ଏବଂ ଚୋର ହେମଗିରି ଥାନା ବଲିଙ୍ଗା ଗାଁ ର ବୁଢ଼ା ଚିଟିକି ବୋଲି ଜଣା ପଡିଛି । ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।