ବଣାଇ : ଏସ୍ ଟି ଏଫ୍ ର ୧୫ ଜଣିଆ ଟିମ୍ ର ସନଗୋଗୁଆ ବାଲୁଘାଟରେ ଚଢ଼ାଉ।। ବେଆଇନ ବାଲି ଚାଲାଣ ଅଭିଯୋଗରେ ୬ ହାଇଭା ଜବତ ।
ବଣାଇ : ୨/୫ ( ସତ୍ୟାନ୍ୟୁଜ) ରାଜ୍ୟ ଏସ୍ ଟି ଏଫ ଟିମ୍ ଆଜି ଅଚାନକ ବନେଇର ସନଗୋଗୁଆ ବାଲୁଘାଟ ଉପରେ ଚଢ଼ାଉ କରିଛନ୍ତି। ଏହି ଟିମ୍ ଚଢ଼ାଉ ବେଳେ ବାଲି ବୋଝେଇ ହୋଇଥିବା ଗାଡିର କାଗଜପତ୍ର ଯାଞ୍ଚ କରିଥିଲେ। ବିନା ବୈଧ୍ୟ କାଗଜପତ୍ରରେ ବାଲି ଚାଲାଣ ହେଉଥିବା ଅଭିଯୋଗରେ ୬ ଟି ବାଲି ବୋଝେଇ ହାଇଭା ଗାଡିକୁ ଏସ୍ ଟି ଏଫ୍ ଜବତ କରିଥିଲେ। ଏହି ଚଢ଼ାଉ ବେଳେ ପୋଲିସ ଏବଂ ସ୍ଥାନୀୟ ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ। ଗାଡି ଗୁଡିକ ଜବତ କରାଯାଇ ଥାନାରେ ରଖାଯାଇଛି। ଏସ୍ ଟି ଏଫ୍ ର ୧୫ ସଦସ୍ୟ ଏହି ଟିମ୍ ରେ ସାମିଲ ଥିଲେ ।