ମୟୁରଭଞ୍ଜ : ବାଙ୍ଗିରିପୋଷି ସହଦେଵ ଖୁଣ୍ଟାରେ ପ୍ରଦୂଷଣ ବିରୁଦ୍ଧରେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ।। ସମାଧାନ ଦାବିରେ ରାସ୍ତା ଅବରୋଧ ।

0 291

ମୟୁରଭଞ୍ଜ : ୨/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ପ୍ରଦୂଷଣ ବିରୁଦ୍ଧରେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ । ବାରମ୍ବାର ଅଭିଯୋଗ ସ୍ଵତ୍ତ୍ୱେ ବିଭାଗୀୟ ଅଧିକାରୀ କିମ୍ବା କ୍ରସର ମାଲିକ ନଶୁଣିବାରୁ ବାଧ୍ୟ ହୋଇ ରାସ୍ତାରୋକ କଲେ ଗ୍ରାମବାସୀ। ଜନବସତି ନିକଟରେ କ୍ରସର ଏବଂ ପିଚୁପ୍ଲାଣ୍ଟ ଥିବାରୁ ଏହା ଅଞ୍ଚଳକୁ ପ୍ରଦୂଷିତ କରିବା ସହ ବିଭିନ୍ନ ରୋଗ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି ।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ତହସିଲ ଅନ୍ତର୍ଗତ ଜଗନ୍ନାଥଖୁଣ୍ଟାରେ ଏହି କ୍ରସର ତଥା ପିଚୁ ପ୍ଲାଣ୍ଟ ରହିଛି। କ୍ରସରର ଧୂଳି ଏବଂ ପିଚୁପ୍ଲାଣ୍ଟର ଧୂଆଁ ଯୋଗୁଁ ସମଗ୍ର ଅଞ୍ଚଳରେ ପ୍ରଦୂଷଣ ବଢି ବଢି ଚାଲିଛି। ପୁର୍ବରୁ ବହୁବାର ଆନ୍ଦୋଳନ ଓ ଦାବି ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ସମାଧାନ କେବଳ ପ୍ରତିଶ୍ରୁତିରେ ରହିଯାଇଛି । ପ୍ରଦୂଷଣର ପ୍ରଭାବରେ ଲୋକମାନେ ହୃଦୟ ରୋଗ , ଟାଇଫଏଡ , ଆଜମା ଭଳି ଘାତକ ରୋଗର ଶୀକାର ହେଉଥିବା ଅଭିଯୋଗ ହେଉଛି ।
ଗୃହପାଳିତ ପଶୁମାନେ ମଧ୍ୟ ପ୍ରଦୂଷଣର ପ୍ରଭାବରୁ ବାଦ ପଡିନାହାନ୍ତି । ବର୍ଷ ତମାମ କ୍ରସରର ପଥର ଗୁଣ୍ଡ ଏବଂ ପିଚୁ ପ୍ଲାଣ୍ଟରୁ ନିର୍ଗତ ବିଷାକ୍ତ ଧୂଆଁ କୂଅ, ପୋଖରୀର ଜଳରେ ମିଶ୍ରିତ ହୋଇ ପ୍ରଦୂଷିତ କରୁଛି। ବିଲ ଓ ଜଳାଶୟ ଗୁଡିକ ପୋତିହୋଇ ଯାଉଛି। ସେପଟେ ନିକଟରେ ଥିବା ବାଲିବନ୍ଧ ଓ ଭାଙ୍ଗାବନ୍ଧ ନଷ୍ଟ ହୋଇ ମାଟିରେ ମିଶି ଗଲାଣି । ଏହାର ପ୍ରତିବାଦରେ ବେଆଇନ ପ୍ଲାଣ୍ଟ ଉଚ୍ଛେଦ ସହ ସ୍ଥାୟୀ ସମାଧାନ ସହିତ ଗ୍ରାମରେ ନୂତନ ରାସ୍ତାନିର୍ମାଣ ଓ ବିଶୁଦ୍ଧ ଜଳଯୋଗାଣ ଦାବିରେ ରାସ୍ତା ରୋକରେ ବସିଥିଲେ ଶତାଧିକ ଗ୍ରାମବାସୀ। ଖବରପାଇ ଘଟଣାସ୍ଥଳରେ କ୍ରସର ମାଲିକ ପହଞ୍ଚି ଗ୍ରାମବାସୀମାନଙ୍କ ଦାବୀ ଅନୁସାରେ ସବୁ ମୌଳିକ ସୁବିଧା ଯୋଗାଇ ଦେବାର ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା l

Leave A Reply

Your email address will not be published.