ବଣାଇ : ଖଣ୍ଡାଧାର ଜଳପ୍ରପାତରୁ ଖସି ପଡି ନିଖୋଜ ଯୁବକଙ୍କ ଶବ ଉଦ୍ଧାର।। ୧୭ ଘଣ୍ଟା ପରେ ଉଦ୍ଧାର କଲେ ରାଉରକେଲା ଓଡ୍ରାଫ ଟିମ୍।

0 645

ବଣାଇ : ୨/୪ (ସତ୍ୟାନ୍ୟୁଜ) ୧୭ ଘଣ୍ଟା ପରେ ଉପର ଖଣ୍ଡାଧାର ରୁ ନିଖୋଜ ଯୁବକଙ୍କ ମୃତ ଦେହ କୁ ଉଦ୍ଧାର କରିବାରେ ସଫଳ ହୋଇଛି ରାଉରକେଲା ଓଡ୍ରାଫ ଟିମ୍। ନିଖୋଜ ଯୁବକର ମୃତ ଦେହ ୯୦୦ ଫୁଟ ତଳେ ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ରାସ୍ତା ପଥୁରିଆ ଏବଂ ଢାଲୁ ଥିବାରୁ ପୋଲିସ ଏବଂ ଅଗ୍ନିଶମ ବାହିନୀ ମୃତ ଦେହ ଉଦ୍ଧାର କରି ପାରିନଥିଲେ। ଶେଷରେ ରାଉରକେଲା ଓଡ୍ରାଫ ଟିମ୍ କୁ ଖବର ଦିଆ ଯାଇଥିଲା। ଓଡ୍ରାଫ ଟିମ୍ ସୋମବାର ସନ୍ଧ୍ୟାରେ ମୃତ ଦେହ ଠାବ କରିଥିଲେ।
ସୂଚନାଯୋଗ୍ୟଯେ ରବିବାର ଦିନ କୋଇଡା ଥାନାର କାଲଟା ଅଞ୍ଚଳର ଦୁଇ ଜଣ ଯୁବକ ବରସୁଆଁ ର ଉପର
ଖଣ୍ଡାଧାର ଜଳପ୍ରପାତ ବୁଲି ଆସିଥିଲେ। କୌଣସି କାରଣରୁ ଲୋପା ମୁଣ୍ଡା ନାମକ ଯୁବକ ପ୍ରାୟ ୯୦୦ ଫୁଟ ତଳକୁ ପଡି ଯାଇ ଏକ ପଥର କୋରଡ଼ ରେ ରହି ଯାଇଥିଲେ। ପୋଲିସ, ଅଗ୍ନିଶମ ବାହିନୀ ଉଦ୍ଧାର କରିବାରେ ବିଫଳ ହେବା ପରେ ରାଉରକେଲା ଓଡ୍ରାଫ ଟିମ୍ ଲୋପା ମୁଣ୍ଡା ମୃତ ଦେହକୁ ଆଜି ଉଦ୍ଧାର କରି ଆଣିବାରେ ସଫଳ ହୋଇଥିଲେ।

Leave A Reply

Your email address will not be published.