ରାଇରଙ୍ଗପୁର : ବାମନଘାଟି ପ୍ରେସ କ୍ଲବ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ।। ସ୍ୱାସ୍ଥ୍ୟବୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଲାଗି ଦାବି।

0 292

ରାଇରଙ୍ଗପୁର : ୧/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଆଜି ବିଶ୍ବ ଶ୍ରମିକ ଦିବସ। ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ବିଶ୍ବ ଶ୍ରମିକ ଦିବସ ପାଳିତ ହେଉଛି। ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ବିଶେଷ ଦିନରେ ରାଇରଙ୍ଗପୁର ପିସିଏମ୍ କଲ୍ୟାଣ ମଣ୍ଡପ ଠାରେ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ବାମନଘାଟୀ ପ୍ରେସ୍ କ୍ଲବ୍ ସଭାପତି ମନୋରଂଜନ ତିରିଆଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। ମୁଖ୍ୟ ଅତିଥି ଭାବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ପାର୍ଥ ସାରଥୀ କବି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଉପାଧକ୍ଷା ମମିତା ଚୌଧୂରୀ,ବରିଷ୍ଟ ଆଇନଜୀବୀ ରସାନନ୍ଦ ଲେଙ୍କା,ବରିଷ୍ଟ ସାମ୍ବାଦିକ ଶରତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସାମ୍ବାଦିକ ମାନେ ଶ୍ରମିକ ଭଳି ଲୋକମାନଙ୍କର ସମସ୍ୟାକୁ ଲୋକ ଲୋଚନକୁ ଆଣିଥାନ୍ତି। କିନ୍ତୁ ଘୋର ପରିତାପ ର କଥା ସାମ୍ବାଦିକମାନଙ୍କର ଗଣନା ସରକାର ଏ ଯାବତ୍ କରିପାରି ନାହାନ୍ତି। ସାମ୍ବାଦିକଙ୍କ ପାଇଁ ସରକାର ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେଲେ ମାତ୍ର ଏହାକୁ ୫ ଲକ୍ଷ ଟଙ୍କା କରିବା ପାଇଁ ନିବେଦନ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଅବସରରେ ୫୨ ୟୁନିଟ୍ ରକ୍ତଦାତା ଗତିକୃଷ୍ଣ ମହାନ୍ତଙ୍କୁ ଅତିଥିବୃନ୍ଦ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ବାମନଘାଟୀ ପ୍ରେସକ୍ଲବ ସଦସ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ବିଶ୍ବାଳ,ମେଘନାଦ ସାହା,ଜିତେନ୍ଦ୍ର ଅଗ୍ରୱାଲ,ସୁଜିତ ପଟ୍ଟନାୟକ,ନିରୋଜ କୁମାର ସାହୁ,ମଧୂସୁଦନ ଦାସ,ଶଙ୍କର ମହାନ୍ତ,ସୁବାଷ ଚନ୍ଦ୍ର ପାତ୍ର,ପ୍ରଭାସ ଦାସ,ସଂଜୟ କୁମାର ମହାକୁଡ,ବିନୟ ଗିରି,ଲକ୍ଷ୍ମଣ ମାଣ୍ଡି,ଅନୱାର ହୁସେନ୍ ଓ ଶ୍ୟାମଳେନ୍ଦୁ ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉକ୍ତ ସଭାକୁ ଲଳିତ କୁମାର ମହାନ୍ତ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଜ୍ୟୋତିରଂଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.