ରାଉରକେଲା : ୧/୫ (ସତ୍ୟାନ୍ୟୁଜ) ଓଡିଶା କୋଠାବାଡି ଓ ଅନ୍ଯାନ୍ଯ ନିର୍ମାଣ ଶ୍ରମିକ କଲ୍ଯାଣ ବୋର୍ଡ, ଭୁବନେଶ୍ୱର, ଜିଲ୍ଲା ପ୍ରଶାସନ ଓ ଯୁଗ୍ମ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ଯାଳୟ, ରାଉରକେଲା ପକ୍ଷରୁ ଇସ୍ପାତ ନଗରୀ ରାଉରକେଲାର ସିଭିକ୍ ସେଣ୍ଟର ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ – ୨୦୨୩ ପାଳିତ ହୋଇଯାଇଅଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଦିବ୍ଯାଜ୍ଯୋତୀ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ଯତମ ସମ୍ମାନିତ ଅତିଥି ରାଉରକେଲା ଯୁଗ୍ମ ଶ୍ରମ ଆୟୁକ୍ତ ପି.ଆର୍. ଜେନା କାର୍ଯ୍ଯକ୍ରମ ଉପସ୍ଥାପନା କରିଥିଲେ। ସମ୍ମାନିତ ଅତିଥିମାନଙ୍କ ପ୍ରଦୀପ ପ୍ରଜ୍ଜ୍ବଳନ ପରେ ଆନ୍ତର୍ଜାତିକ ଶ୍ରମ ଦିବସର ଲୋକପ୍ରିୟତା ସମ୍ପର୍କରେ ସୂଚନା ଦେଇଥିଲେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ନାୟକ। ଏହି କାର୍ଯ୍ଯକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁନ୍ତୀ ପ୍ରଧାନ, ରାଜଗାଙ୍ଗପୁର ବିଧାୟକ ରାଜନ୍ ଏକ୍କା ଯୋଗଦେଇ ଶ୍ରମ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ଯକ୍ରମରେ ବିଭିନ୍ନ ଶ୍ରମ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ମଇ ୧ ଶ୍ରମ ଦିବସ ସମ୍ପର୍କରେ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥିମାନଙ୍କ ଦ୍ବାରା ହିତାଧିକାରୀମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ଯକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଦିବ୍ଯାଜ୍ଯୋତୀ ନାୟକ।