ରାଉରକେଲା : ଓ ଏସ୍ ଇ ବି କର୍ମଚାରୀ ସଂଘ ପକ୍ଷରୁ ଅନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ।

0 301

ରାଉରକେଲା : ୧/୫ (ସତ୍ୟାନ୍ୟୁଜ) ଓ.ଏସ୍. ଇ.ବି. ଏମ୍ପ୍ଲଇଜ୍ ୟୁନିଅନ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଉଦିତନଗର ବିଦ୍ଯୁତ୍ କାର୍ଯ୍ଯାଳୟ ପରିସର ସଂଘ କାର୍ଯ୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘର ସଭାପତି ହରିହର ବେହେରା ଆନ୍ତର୍ଜାତିକ ଶ୍ରମିକ ଦିବସ – ମଇ ଦିବସର ଲାଲ ପତାକାକୁ ସଂଘ କାର୍ଯ୍ଯାଳୟ ପରିସରରେ ଉତ୍ତୋଳନ କରିବା ପରେ, ସୁନ୍ଦରଗଡ଼ ଜିଲ୍ଲା ବିଦ୍ଯୁତ୍ କର୍ମଚାରୀମାନଙ୍କ ଦ୍ବାରା ଏକ ବିରାଟ ଶୋଭାଯାତ୍ରା ଉଦିତନଗର ଠାରୁ ବାହାରି ସହର ପରିକ୍ରମା କରି ସଂଘ କାର୍ଯ୍ଯାଳୟ ଠାରେ ପହଞ୍ଚିଥିଲା। ସଭାପତି ହରିହର ବେହେରାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବର୍ଷିୟାନ ଶ୍ରମିକ ନେତା ତଥା ସିଆଇଟିୟୁର ରାଜ୍ୟ ଉପସଭାପତି ବିଷ୍ଣୁ ମହାନ୍ତି, ମୁଖ୍ୟ ବକ୍ତା ଭାବରେ ଶ୍ରମିକ ନେତା ବିମାନ ମାଇତି ଓ ରାଜକିଶୋର ପ୍ରଧାନ ଯୋଗଦେଇ ଶ୍ରମିକ ଓ କର୍ମଚାରୀମାନଙ୍କୁ ଉଦବୋଧନ ଦେଇଥିଲେ। ବକ୍ତାମାନଙ୍କ ଦ୍ବାରା ବିଶ୍ବ ଶ୍ରମିକ ଦିବସର ସ୍ମୃତିଚାରଣ କରାଯାଇଥିଲା। ଓ.ଏସ୍.ଇ.ବି. ଏମ୍ପ୍ଲଇଜ୍ ୟୁନିଅନ ପକ୍ଷରୁ ସଭାପତି ହରିହର ବେହେରା, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, ଉପସଭାପତି ବିଜୟ କୁମାର ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତି ସହିତ ଜିଲ୍ଲାର ସୁନ୍ଦରଗଡ଼, ଉଜ୍ଜଳପୁର, ସବଡେଗା, ହେମଗିରି, ରାଜଗାଙ୍ଗପୁର, କଲୁଙ୍ଗା, କୁଆଁରମୁଣ୍ଡା, ବିରମିତ୍ରପୁର, ଲାଠିକଟା, ଲହୁଣିପଡା, ବଣେଇ, କୋଇଡା ପ୍ରଭୃତି ଅଞ୍ଚଳରୁ ଆସିଥିବା ବିଦ୍ଯୁତ୍ କର୍ମଚାରୀମାନଙ୍କୁ ଶ୍ରମିକ ଦିବସ ଉପଲକ୍ଷେ ଅଭିବାଦନ ଜଣାଇଥିଲେ। ସଂଘର ସାଂଗଠନିକ ବ୍ଯବସ୍ଥାକୁ ସବୁବେଳେ ସୁଦୃଢ଼ ଓ ବଳିଷ୍ଠ କରିବାକୁ ବକ୍ତାମାନେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ଯକ୍ରମରେ ସଂଘ ପକ୍ଷରୁ କପିଳ ପୃଷ୍ଟି, ମୌସୁମ ଦାସ, ହୃଦୟାନନ୍ଦ ମହାକୁଡ଼, ସନ୍ତୋଷ ମହାନ୍ତି, ଦୁଷ୍ମନ୍ତ ବାରିକ୍, ଆନନ୍ଦ ଗିରି, ମନୋଜ ମହାନ୍ତି, ଦୀଗାନ୍ତ ବାରିକ୍, ନବକିଶୋର ପଟ୍ଟନାୟକ, ଅମିତ କୁମାର ମଲ୍ଲିକ ଏବଂ ବୁଦ୍ଧେସ୍ବର ଗୁରୁ ପ୍ରମୁଖ ସହଯୋଗୀତା କରିଥିଲେ।

Leave A Reply

Your email address will not be published.