ବଡ଼ବିଲ : ୧/୪ (ସତ୍ୟାନ୍ୟୁଜ) ସ୍ପଷ୍ଟ ଦିବାଲୋକରେ ବଡ଼ବିଲରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ଭୋଳା ସିହ୍ନା। ଏହି ଘଟଣାକୁ ନେଇ ବଡ଼ବିଲ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି।
ସକାଳ ପ୍ରାୟ ୯ଟା ବେଳେ ଭୋଳା ସିହ୍ନା ତାଙ୍କ ସ୍କୁଟିରେ ୬ ନମ୍ବର ୱାର୍ଡର ପୁରୁଣା ଏଲ୍ଆଇସି କଲୋନୀ ନିକଟସ୍ଥ ଘରକୁ ଫେରୁଥିବା ବେଳେ ମନି ଟାୱାର ନିକଟରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
ଗୁଳିକାଣ୍ଡ ବାବଦରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭୋଳାଙ୍କୁ ଡାକ୍ତରଖାନା ନେଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଗୁଳିକାଣ୍ଡର କାରଣ ଜଣା ପଡିନାହିଁ।ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣା ସ୍ଥଳରୁ ପୋଲିସ ଏକ ଖାଲି ଖୋକା ଜବତ କରିଛି। ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଗୁଡ଼ିକୁ ମଧ୍ୟ ପୁଲିସ୍ ଯାଞ୍ଚ କରୁଛି।
ଭୋଳା ସିହ୍ନା ସହରର ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ। ତାଙ୍କର ରାଜନୈତିକ ଲିଙ୍କ ମଧ୍ୟ ଥିଲା। ତେବେ ହତ୍ୟାକାଣ୍ଡ ରାଜନୈତିକ ନାଁ ବ୍ୟବସାୟିକ ଶତୃତା ଯୋଗୁଁ ହୋଇଛି ତା ତଦନ୍ତ ପରେ ଜଣାପଡିବ ।