ବଣାଇ : ଅପର ଖଣ୍ଡାଧାର ଜଳପ୍ରପାତରୁ ଖସିପଡି ନିଖୋଜ ଥିବା ଯୁବକଙ୍କ ପତ୍ତା ମିଳିନାହିଁ।। ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି।
ବଣାଇ : ୧/୪ (ସତ୍ୟାନ୍ୟୁଜ) ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ି ନିଖୋଜ ହୋଇଥିବା ଯୁବକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ଯୁବକ ଜଣକ ଅପର ଖଣ୍ଡାଧାର ଜଳପ୍ରପାତ ଉପରୁ ପଡିଯିବା ପରେ ପଥର ସନ୍ଧିରେ ଫସି ରହିଥିବା ଅନୁମାନ କରା ଯାଉଛି। ଅଗ୍ନିଶମବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ଯୁବକ ଜଣଙ୍କ ହେଲେ ସୁନ୍ଦରଗଡ଼ ଜିଲ୍ଲା କାଲଟା ଅଞ୍ଚଳର ଲୋପା ମୁଣ୍ଡା।
ଗତକାଲି ଲୋପା ମୁଣ୍ଡା ଓ ତାଙ୍କ ସାଙ୍ଗ ବରସୁଆଁରେ ଥିବା ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲେ। ବନ୍ଧୁ ଘରେ ବୁଲାବୁଲି କରିବା ପରେ ବରସୁଆଁ ନିକଟ ଅପର ଖଣ୍ଡାଧାର ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ପରେ ପେଣ୍ଟ ପିନ୍ଧୁଥିବା ସମୟରେ ଲୋପା ମୁଣ୍ଡାଙ୍କ ଗୋଡ଼ ପଥରରେ ଖସିଯାଇଥିଲା। ସେ ୮୦୦ ଫୁଟ ତଳକୁ ଖସିପଡ଼ିଥିବା ଅନୁମାନ କରାଯାଉଛି।
ଗତକାଲି ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଲୋପାଙ୍କୁ ପାଇନଥିଲେ। ରାତି ହୋଇଯିବାରୁ ଆଉ ଖୋଜାଖୋଜି କରି ପାରି ନଥିଲେ। ଆଜି ସକାଳେ ପୁଣି ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରୁଛନ୍ତି। ହେଲେ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।