ରାଜଗାଙ୍ଗପୁର : କୁକୁଡ଼ା ଲଢେ଼ଇ ଖେଳରେ ଜୁଆ ଚାଲିଥିବା ବେଳେ ପୋଲିସର ଚଢ଼ାଉ।। ୩୬ ଗିରଫ।। ୭ ଟି କୁକୁଡ଼ା ସହ କାର , ବାଇକ , ନଗଦ ଟଙ୍କା ଜବତ

0 716

ରାଜଗାଙ୍ଗପୁର : ୧/୫ (ସତ୍ୟାନ୍ୟୁଜ) କୁକୁଡ଼ା ଲଢେ଼ଇ ଖେଳ ଚାଲିଥିବା ବେଳେ ପୋଲିସ କଲା ଅତର୍କିତ ଚଢ଼ାଉ। ଗିରଫ ହେଲେ ୩୬ ଜଣ। ଅନ୍ୟାନ୍ୟ ସାମଗ୍ରୀ ସହ କୁକୁଡ଼ା ମଧ୍ୟ ଜବତ ହେଲା। ଏପେରି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡ଼ିହି ପଞ୍ଚାୟତର ପତ୍ରାଟୋଲି ଅଞ୍ଚଳରେ। କୁକୁଡ଼ା ଲଢେ଼ଇ ଖେଳ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୨ଟି ଚାରି ଚକିଆ ଗାଡି, ବହୁ ବାଇକ ଜବତ କରିବା ସହ ୩୬ ଜଣ ଜୁଆଡିଙ୍କୁ ଗିରଫ କରିଛନ୍ତି । ଏହା ବ୍ୟତୀତ ପୋଲିସ ନଗଦ ୩୬ହଜାର ଟଙ୍କା ମଧ୍ୟ ଜବତ କରିଥିବା ଜଣାପଡିଛି

ସୂଚନା ଅନୁସାରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡ଼ିହି ପଞ୍ଚାୟତ ର ପତ୍ରାଟୋଲିରେ ଗ୍ରାମରେ କୁକୁଡ଼ା ଲଢେଇ ଖେଳ ଚାଲିଥିଲା। ଖବର ପାଇ ରାଜଗାଙ୍ଗପୁର ଏସଡ଼ିପିଓଙ୍କ ନିର୍ଦ୍ଦେଶ କ୍ରମେ ରାଜଗାଙ୍ଗପୁର ଥାନା ଅଧିକାରୀ ସଦଳବଳେ ଏହି ଚଢ଼ାଉ କରିଥିଲେ । କୁକୁଡ଼ା ଲଢେ଼ଇରେ ସାମିଲ ଥିବା ୩୬ ଜଣକୁ ପୋଲିସ କାବୁ କରିଥିବା ବେଳେ ସେଠାରୁ ଏକ କାର ଓ ବୋଲେରୋ ଜବତ କରି ଥିଲେ। ଏହା ସହ ୧୩ ଟି ବାଇକ , ୨୮ ଟି ମୋବାଇଲ ଫୋନ ,ନଗଦ ୩୬ହଜାର ଟଙ୍କା ସହ ୬ଟି କୁକୁଡ଼ା ଜବତ କରିଥିଲେ। ଏହି ସୂଚନା ଏସଡ଼ିପିଓ ଅଭିଷେକ ପାଣିଗ୍ରାହୀ ଦେଇଛନ୍ତି ।

Leave A Reply

Your email address will not be published.