ରାଉରକେଲା : ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମମତା ରାୟଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା।

0 377

ରାଉରକେଲା : ୩୦/୪ (ସତ୍ୟାନ୍ୟୁଜ) ରାଉରକେଲା ଡେଲିମାର୍କେଟ ସ୍ଥିତ ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମମତା ରାୟଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ସମ୍ମିଳନୀ କକ୍ଷରେ ଏକ ସଭାର ଅୟୋଜନ କରାଯାଇଥିଲା। ଟାଉନ ହାଇସ୍କୁଲ ଶିକ୍ଷକ , ଶିକ୍ଷୟିତ୍ରୀଙ୍କ ବ୍ୟତୀତ ଅନ୍ୟ ସ୍କୁଲର ଶିକ୍ଷକ , ଶିକ୍ଷୟତ୍ରୀ ମାନେ ମଧ୍ୟ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ କାଳନ୍ଦୀ ବଡଜେନା , ସତ୍ୟାନନ୍ଦ ମହାନ୍ତି ,
ଆର୍ତ୍ତ ତ୍ର।ଣ ଜେନା , ଅଭିଭାବକ କମିଟି ର ସରୋଜ କୁମାର ଦାସ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଥିବା ସମୟରେ ସେ ସ୍କୁଲ ର ପରିଚାଳନା ଖୁବ ସଠିକ ଭାବେ କରିଥିବା ବକ୍ତା ମାନେ କହିଥିଲେ। ତାଙ୍କ ପ୍ରଧାନ ଶିକ୍ଷୟିତ୍ରୀ ଥିବା ସମୟରେ ତାଙ୍କୁ ପ୍ରତି କାମରେ ବହୁ ସହଯୋଗ ମିଳିଥିବାରୁ ଶ୍ରୀମତୀ ରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.