ରାଉରକେଲା : ୩୦/୪ (ସତ୍ୟାନ୍ୟୁଜ) ଆସନ୍ତା ମେ ମାସ ୨୭ ଏବଂ ୨୮ ତାରିଖରେ ଯଗଦଗୁରୁ ଶ୍ରୀ ଗୋବର୍ଦ୍ଧନମଠ ପୁରୀ ପୀଠାଧୀଶ୍ଵର ଶଙ୍କରାଚାର୍ଯ୍ୟ ମହାରାଜ ରାଉରକେଲାରେ ଅବସ୍ଥାନ କରିବେ। ଏହି ସମୟରେ ଏକ ହିନ୍ଦୁ ସଂଗୋଷ୍ଠୀ ସମ୍ମିଳନୀ ହେବ। ଏହି ସମ୍ମିଳନୀରେ ଦର୍ଶନ , ପ୍ରବଚନ , ଧର୍ମାନୁଲୋଚନା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଉରକେଲା ତଥା ଆଖପାଖ ଅଞ୍ଚଳର ବହୁ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି। ଆଜି ସହରର ବିଶିଷ୍ଠ ବ୍ୟବସାୟୀ ଗୋପାଳ ଚୌଧୁରୀଙ୍କ ସିଭିଲ ଟାଉନଶିପ ସ୍ଥିତ ବାସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଆଦିତ୍ୟ ବାହିନୀ ଏବଂ ଆନନ୍ଦ ବାହିନୀର କର୍ମକର୍ତ୍ତା ମାନେ ।