ଠାକୁରମୁଣ୍ଡା : ଦୁର୍ଘଟଣା ଗ୍ରସ୍ତ ଗାଡିର ଚାରି ଚକା ଖୋଲି ନେଲେ ଦ୍ରୁବୃତ୍ତ।। ଗାଡି ମାଲିକ କ୍ରେନ ସହାୟତାରେ ଗାଡି ନେଲେ।

0 387

ମୟୁରଭଞ୍ଜ : ୨୯/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଦୁର୍ଘଟଣା ଗ୍ରସ୍ତ ହୋଇ ଗାଡି ଛିଡ଼ା ହୋଇଥିଲା ଜଙ୍ଗଲିଆ ରାସ୍ତାରେ। ଦ୍ରୁବୃତ୍ତ ମାନେ ଖୋଲି ନେଲେ ଗାଡିର ଚାରି ଚକା ସହ ବ୍ୟାଟେରୀ। ଫଳରେ ମାଲିକ କ୍ରେନ ସାହାଯ୍ୟରେ ଘଟଣା ସ୍ଥଳରୁ ଗାଡି ନେଇଥିଲେ। ଏହି ଘଟଣା ଘଟିଛି ମା ଭଣ୍ଡାରଶୁଣୀ ବନଦୁର୍ଗା ଠାକୁରାଣୀ ମନ୍ଦିର ନିକଟ ଘାଟିରେ । ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ, ମହୁଲଡିହା ଥାନା ଅନ୍ତର୍ଗତ ଆନନ୍ଦପୁର ଯିବା ରାସ୍ତାର ୫୩ ନମ୍ବର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ଗତ ଶନିବାର ୨୨ ତାରିଖ ରାତିରେ ଏକ ପିକ୍ଅପ ଭ୍ୟାନ ଜାମସେଦପୁରରୁ କିଛି ମେସିନ୍ ଖାଲି କରି ଆଦ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିଲା। ଗୋଡଭଙ୍ଗା ଘାଟିର ବାହାଘର ବାଙ୍କ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସେହି ସ୍ଥାନ ଜଙ୍ଗଲିଆ ହୋଇଥିବାରୁ
ଗାଡ଼ିର ଡ଼୍ରାଇଭର ଏବଂ ହେଲପର ନିକଟସ୍ଥ ସାତକୋଶିଆ ବଜ଼ାର ରେ ରହୁଥିଲେ। ଶୁକ୍ରବାର ଦିନ ମାଲିକ ଗାଡି ଉଠାଇବାକୁ ଆସି ଗାଡିର ଚାରୋଟି ଚକା ନଥିବାର ଦେଖି ପାରିଥିଲେ। ଫଳରେ ବାଧ୍ୟ ହୋଇ କ୍ରେନ ସାହାଯ୍ୟରେ ଗାଡିକୁ ଟାଣି ଟାଣି ନେଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.