ସୁନ୍ଦରଗଡ଼ : ଛେଳି ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଏବଂ ଲୁଟ୍ ମାମଲାର ପର୍ଦ୍ଦାଫାସ।। ୭ ଅଭିଯୁକ୍ତ ଗିରଫ। ପିସ୍ତଲ , ଗୁଳି , ବାଇକ ଜବତ।

0 389

ସୁନ୍ଦରଗଡ଼ : ୨୯/୪ (ସତ୍ୟାନ୍ୟୁଜ) ଛେଳି ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଏବଂ ୯ ଲକ୍ଷ ଲୁଟ୍ ମାମଲାରେ ସୁନ୍ଦରଗଡ଼ ପୋଲିସ କୁ ମିଳିଛି ବଡ ସଫଳତା । ହତ୍ୟା ଏବଂ ଲୁଟ୍ ଅଭିଯୋଗରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ହତ୍ୟାରେ ବ୍ୟବହୃତ ୨ଟି ପିସ୍ତଲ , ଜୀବନ୍ତ ଗୁଳି , ୨ଟି ବାଇକ , ନଗଦ ଟଙ୍କା ଆଦି ଜବତ କରିଛନ୍ତି।
ଗତ ୧୩ ତାରିଖରେ ଲେଫ୍ରିପଡା ଥାନା ସୁରୁଗୁଡ଼ା ତାରିଣୀ ମନ୍ଦିର ନିକଟ ରେ ଏହି ଲୁଟ ଘଟଣା ହୋଇଥିଲା। ଛେଳି ବେପାରୀ ମାନେ ନିକଟସ୍ଥ ବଜ଼ାରକୁ ଯାଉଥିବା ବେଳେ ଅଭିଯୁକ୍ତ ମାନେ ଗୁଳି ମାରି ଲୁଟ୍ କରିଥିଲେ। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୨ ବାଇକ, ୨ ଦେଶୀ ପିସ୍ତଲ, ୬ ରାଉଣ୍ଡ ଜୀବନ୍ତ ଗୁଳି, ଭୁଜାଲି , ୭ ମୋବାଇଲ ଏବଂ ନଗଦ ୯୫୦୦ ଟଙ୍କା ଜବତ କରିଛି। ଛେଳି ବେପାରୀ ପ୍ରଭାତ ନାଏକ ଦୁଇ ସହଯୋଗୀ ଙ୍କ ସହିତ ବାଇକ ରେ ହାଣ୍ଡିପାନି ଛେଳି ବଜାର କୁ ଭୋର ସମୟରେ ଯାଉଥିବା ବେଳେ ଏକ ବାଇକ ରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ତାରିଣୀ ମନ୍ଦିର ନିକଟରେ ବନ୍ଧୁକ ଦେଖାଇ ଅଟକିବା ପାଇଁ ଧମକ ଦେଇଥିଲେ । ତେବେ ପ୍ରଭାତ ନ ଅଟକିବାରୁ ବାଇକ କୁ ଲାତ ମାରି ପକାଇଦେଇଥିଲେ । କିନ୍ତୁ ପ୍ରଭାତ ବାଇକ ରୁ ପଡ଼ିଲା ପରେ ଟଙ୍କା ବ୍ୟାଗ ଧରି ଦୌଡ଼ି ପଳାଇବାକୁ ଚେଷ୍ଟା କଲା ବେଳକୁ ତା ଉପରକୁ ଗୁଳି ମାଡ କରି ଦୁର୍ବୃତ୍ତ ଲୁଟି ନେଇଥିଲେ ୯ ଲକ୍ଷ ଟଙ୍କା । ଗୁଳି ମାଡ ପରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ପ୍ରଭାତ ଙ୍କର। ଏହି ମାମଲା ରେ ମୁଖ୍ୟ ଅଭିଯୁକ୍ତ ଭଷ୍ମା ଥାନା ଚଉଁରଢାଲ ଗାଁର ସୁଧୀର କିସାନ, ରାଜଗାଙ୍ଗପୁର ଥାନା ଗୁଢିଆଲି ଗାଁ ପ୍ରମୋଦ ମାଝୀ , ସୁଜିତ୍ ମାଝୀ , ପ୍ରଦୀପ ସିଂ, ଝାଡ଼ଖଣ୍ଡ ଗୁମଲା ର ଖେଶ୍ବର ଗୋପ, ଅରୁଣ ଓରାମ , ରାଇବଗା ଥାନା ସଲଙ୍ଗାବାହାଲ ର ମହାନ୍ତି ବଡାଇକ କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସ ପି ପ୍ରତ୍ୟୁଷ ଦିବାକର । ଏହି ଘଟଣା ପରେ ଏସ ପି ଙ୍କ ନିର୍ଦ୍ଦେଶ ରେ ଏସ ଡି ପି ଓ ହିଂମାଶୁ ଚନ୍ଦ୍ର ବେହେରା ଙ୍କ ନେତୃତ୍ବ ରେ ଏକ ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲେ।

Leave A Reply

Your email address will not be published.