ରାଉରକେଲା : ରାଉରକେଲା ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ୧୭୫ ତମ ଜୟନ୍ତୀ ପାଳିତ।। ଏହାସହ ଆଇନଜୀବୀ ଦିବସ ପାଳନ ଅବସରରେ ଆଲୋଚନାଚକ୍ର।

0 323

ରାଉରକେଲା : ୨୮/୪ (ସତ୍ୟାନ୍ୟୁଜ) ରାଉରକେଲା ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁବାବୁଙ୍କ ୧୭୫ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହାସହ ଆଇନଜୀବୀ ଦିବସ ମଧ୍ୟ ପାଳନ କରାଯାଇଛି। ଉଦିତନଗର ବିରଜାପାଲି ନିକଟ ନୂତନ କୋର୍ଟ ପରିସରରେ ଏହି ଉପଲକ୍ଷେ ଏକ ଆଲୋଚନା ଚକ୍ରର ଅୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫ୍ୟାମିଲି କୋର୍ଟ ଜଜ ବିଦ୍ୟୁତ କୁମାର ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆଇନ ବିଭାଗ ପ୍ରଫେସର ଡକ୍ଟର
ଏସ୍ ଆର ମହାପାତ୍ର ଯୋଗ ଦେଇ ନିଜ ବ୍ୟକ୍ତବ୍ୟ ରଖିଥିଲେ। ଓକିଲ ସଂଘର ସଭାପତି ପ୍ରଦୀପ କୁମାର ମିଶ୍ର , ସମ୍ପାଦକ ଅବନୀ ରଞ୍ଜନ ପ୍ରଧାନଙ୍କ ସମେତ ବହୁ ଓକିଲ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Leave A Reply

Your email address will not be published.