ରାଇରଙ୍ଗପୁର : ରାଇରଙ୍ଗପୁର ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ସହ ଆଇନଜୀବୀ ଦିବସ ପାଳିତ।

0 300

ରାଇରଙ୍ଗପୁର : ୨୮/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ ରାଇରଙ୍ଗପୁର ବାର ଆସୋସିଏସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହାସହ ଆଇନଜୀବୀ ଦିବସ ମଧ୍ୟ ପାଳିତ ହୋଇଛି। ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାର ଆସୋସିଏସନ ର ସଭାପତି ଅକ୍ଷୟ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଷ ଶଶିକାନ୍ତ ମିଶ୍ର ଯୋଗ ଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ସ୍ମୃତି ରୋମାନ୍ଥନ କରି ଥିଲେ। ମଧୁ ବାବୁ ଜଣେ ସ୍ବାଭିମାନୀ ସଚ୍ଚୋଟ ଓ ତ୍ୟାଗ ମନୋଭାବର ବ୍ୟକ୍ତିତ୍ୱ ଥିଲେ ବୋଲି ସାରା ଓଡିଶା ଆଜି ମଧ୍ୟ ତାଙ୍କୁ ମନେ ରଖିଛି। ସ୍ବତନ୍ତ୍ର ଉତ୍କଳ ଗଠନରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ ବୋଲି ମୁଖ୍ୟ ଅତିଥି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ,ସବ୍ ଜଜ୍ ସ୍ନିଗ୍ଧା ଦାସ, ଜେଏମ୍ଏଫ୍ ସି ଦେବାଶିଷ ପଥାଳ ଓ ଏସ୍ ଡି ଜେ ଏମ ସୁଧାଂଶୁଶେଖର ସେନାପତି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ପୂର୍ବତନ ସଭାପତି ରସାନନ୍ଦ ଲେଙ୍କା,ପ୍ରଭାସ କୁମାର କବି ଓ ଗୋପୀନାଥ ମାରାଣ୍ଡି ପ୍ରମୁଖ ମଧୁବାବୁଙ୍କ ସଂମ୍ପକରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାକୁ ଓକିଲ ଦୁଷ୍ମନ୍ତ କୁମାର ବସା ପରିଚାଳନା କରିଥିବା ବେଳେ ବାର ଆସୋସିଏସନ ସଂପାଦକ ହରେକୃଷ୍ଣ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଦଶ ଜଣ ବରିଷ୍ଟ ଆଇନଜୀବୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଆଡ଼ଭୋକେଟ ପ୍ରଦୀପ ଦାସ,ସୁବ୍ରତ ପ୍ରସନ୍ନ ଦାସ,ଲକ୍ଷ୍ମଣ ମାଝୀ,ସୁଶାନ୍ତ କୁମାର ମିଶ୍ର,ଅମ୍ବିକା ପ୍ରସାଦ ପଟ୍ଟନାୟକ,ମହେନ୍ଦ୍ର କୁମାର ଦାଶ,ରାଜ ବଲ୍ଲଭ ମହାନ୍ତ,ଦେବ କୁମାର କର,ଦିବ୍ୟଲୋଚନ ପଟ୍ଟନାୟକ ଓ ବୀର କିଶୋର ମହାପାତ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.