ମୟୁରଭଞ୍ଜ : କରଞ୍ଜିଆ ଥାନା ଦରି ଗ୍ରାମରେ ବଜ୍ରପାତରେ ୨ ଯୁବକଙ୍କ ମୃତ୍ୟୁ।। ଗଛମୂଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତର ଶିକାର।
କରଞ୍ଜିଆ : ୨୮/୪ (ସତ୍ୟାନ୍ୟୁଜ) ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମରେ ବଜ୍ରପାତ ଯୋଗୁଁ ଦୁଇଜଣ ଯୁବକ ଙ୍କ ମୃତ୍ୟୁ ହୋଇଛି। ଗତକାଲି ସନ୍ଧ୍ୟାରେ ଦରି ଗ୍ରାମର ଲୋକାସାହି ନିକଟରେ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ଏହି ଗ୍ରାମର ଦୁଇ ଯୁବକ ନନ୍ଦୀ ପୂର୍ତ୍ତି ଏବଂ ଲମ୍ର। ପୂର୍ତ୍ତି କୌଣସି କାମରେ ଯାଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଗଛମୂଳରେ ଛିଡା ହୋଇଥିଲେ। ଏହି ସମୟରେ ଉଭୟ ବ୍ରଜପାତର ଶିକାର ହୋଇଥିଲେ। ଗ୍ରାମବାସୀ ମାନେ ଖବର ପାଇ ଉଭୟଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ହସପିଟାଲ ଆଣିଥିଲେ । ଡାକ୍ତର ସେଠାରେ ଦୁଇ ଯୁବକଙ୍କୁ ମୃତ ଘଷଣା କରିଥିଲେ । ଆଜି ଉଭୟଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।