ରାଉରକେଲା : ସିଭିଲ ଟାଉନଶିପ ସ୍ଥିତ ଶନି ମନ୍ଦିରର ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।। ଏହି ଉପଲକ୍ଷେ ଭବ୍ୟ କଳସ ଯାତ୍ରାର ଅୟୋଜନ।

0 353

ରାଉରକେଲା : ୨୮/୪ (ସତ୍ୟାନ୍ୟୁଜ) ସିଭିଲ୍ ଟାଉନସିପ୍ ସ୍ଥିତ ଶନି ମନ୍ଦିରର ୨୭ତମ ବାର୍ଷିକୋତ୍ସବ ପାଳନ ଅବସରରେ ୭୦୧ ମହିଳାଙ୍କ ବିଶାଳ କଳସ ଯାତ୍ରା ବାହାରି ପାନପୋଷ ବ୍ରାହ୍ମଣୀ ନଦୀ ନିକଟରେ ପହଞ୍ଚି ଥିଲା। ମହିଳାମାନେ ଲାଲ ଶାଢୀ ଓ ଲାଲ ଚୁନରୀ ସହିତ ମୁଣ୍ଡରେ କଳସ ଧରି କଳସ ଶୋଭାଯାତ୍ରାରେ ବାହାରି ବ୍ରାହ୍ମଣୀ ନଦୀରୁ ଜଳ ଧରି ପାନପୋଷ ଗାନ୍ଧି ଛକ ଓ ମୁଖ୍ୟ ରାସ୍ତାରେ ଶନି ମନ୍ଦିରଠାରେ ପହଞ୍ଚିଥିଲେ। ସିଭିଲ୍ ଟାଉନସିପ୍ ନେକ୍ସା ଶୋ ରୁମ ସମ୍ମୁଖରେ ଥିବା ଶନି ମନ୍ଦିର ସମ୍ମୁଖରେ ମହିଳାମାନେ କଳସ ରଖିବା ପରେ, ଶନି ମନ୍ଦିର ପୂଜାରୀଙ୍କ ଦ୍ବାରା କଳସ ସଂସ୍ଥାପନ କରାଯିବା ସହିତ ପୂଜାର୍ଚ୍ଚନା କରାଯାଇଥିଲା। କଳସ ଯାତ୍ରାରେ ଯାଇଥିବା ସମସ୍ତ ମହିଳା ପୂଜାସ୍ଥଳରେ ବସି ପୂଜାର୍ଚ୍ଚନା ଅଂଶଗ୍ରହଣ କରି ପ୍ରସାଦ ସେବନ କରିଥିଲେ। ସମସ୍ତ ଭକ୍ତମାନଙ୍କୁ ମନ୍ଦିର କମିଟି ଦ୍ବାରା ପ୍ରସାଦ ବିତରଣ କରାଯାଇଥିଲା। ଆଜିର ଏହି କଳସ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ୭୦୧ ମହିଳା ରାଉରକେଲା ସିଭିଲ୍ ଟାଉନସିପ୍, ଯୋଡା ପାଣିଟାଙ୍କି, ପାଓ୍ବାର ହାଉସ୍ ରୋଡ଼, ପାନପୋଷ ବସ୍ତି, ଜେଲ୍ ରୋଡ଼ ସମେତ ରାଉରକେଲାର ଆଖପାଖ ଅଞ୍ଚଳର। ଶନି ମନ୍ଦିର କମିଟିର ଉପଦେଷ୍ଟା ପ୍ରକାଶ ମହାନ୍ତି, ସଭାପତି ଦୀପକ ମହାନ୍ତି, ସମ୍ପାଦକ ବିଶ୍ବନାଥ ଦେ, ମୁଖ୍ୟ ଜଜମାନ ରବି ପ୍ରଧାନ ସମେତ ରତନ ସା, ପିଙ୍କୁ ଜୟସ୍ବାଲ, ବୀର ବାହାଦୂର ଥାପା, ଅମୂଲ୍ୟ ଧାରା, ସମୀର କାନୁନଗୋ, ସତ୍ଯ ଜ୍ଯୋତି ମହାନ୍ତି, ରଜନୀକାନ୍ତ ବିଶ୍ବାଳ, ଜ୍ଯୋତି ବିଶ୍ବାଳ ପ୍ରମୁଖ ପଦାଧିକାରୀଙ୍କ ସକ୍ରିୟ ଯୋଗଦାନ ରହିଥିଲା।ଗୁରୁବାର ସନ୍ଧ୍ୟାରେ ଶନି ମନ୍ଦିର କମିଟି ଦ୍ବାରା ଭଜନସନ୍ଧ୍ଯାର ଆୟୋଜନ କରାଯାଇଥିଲା ଏବଂ ପରେ ପ୍ରସାଦ ସେବନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.