ରାଉରକେଲା: ଆଜି ରବିବାର ସହରର ସମସ୍ତ ବ୍ୟାଙ୍କ୍ ଖୋଲା ରହିଛି।। ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ ରେ ରହିଛି ଖୋଲା।। ୨୮ ଠାରୁ ୩ ଦିନିଆ ବ୍ୟାଙ୍କ୍ ଷ୍ଟ୍ରାଇକ।

0 68

ରାଉରକେଲା:୨୭/୯
(ସତ୍ୟାନ୍ୟୁଜ) ଆଜି ରବିବାର ଦେଶର ସମସ୍ତ ବ୍ୟାଙ୍କ ଖୋଲା ରହିଛି। ସବୁ ସରକାରୀ କ୍ଷେତ୍ରୀୟ ବ୍ୟାଙ୍କରେ କାର୍ଯ୍ୟ ସ୍ୱାଭାବିକ ରହିଛି । ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମଧ୍ୟ ଖୋଲା ରହଛି । ଘରୋଇ ବ୍ୟାଙ୍କ୍ ମଧ୍ୟ ଖୋଲା ରହିଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ରବିବାର ବ୍ୟାଙ୍କ ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ସପ୍ତାହରେ ୫ ଦିନ କାମ କରିବା ତଥା ଅନ୍ୟାନ୍ୟ ଦାବିରେ ପ୍ରସ୍ତାବିତ ୩ ଦିନିଆ ଧର୍ମଘଟକୁ ଦୃଷ୍ଟିରେ ରଖି ଆଜି ରବିବାର ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଗ୍ରାହକଙ୍କ ସୁବିଧା ଓ ବ୍ୟାଙ୍କିଂ ସେବା ସ୍ୱାଭାବିକ ରଖିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହା ଯାଉଛି। ଜରୁରୀକାଳୀନ ନିଷ୍ପତ୍ତିର ସେବା ନେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅପିଲ୍ କରିଛନ୍ତି ।
ଆସନ୍ତାକାଲି ୨୮ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବାକୁ ଯାଉଛି । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ପୂର୍ବରୁ ବିଭିନ୍ନ ଦାବିରେ ବ୍ୟାଙ୍କ୍ କର୍ମଚାରୀ ସଙ୍ଘ ପକ୍ଷରୁ ଆନ୍ଦୋଳନ କରା ଯାଇଥିଲା। ଦାବି ପୂରଣ ନହେଲେ ଚଳିତ ମାସ ଶେଷ ସପ୍ତାହରେ ତିନିଦିନ ପାଇଁ ବ୍ୟାଙ୍କ୍ ବନ୍ଦ ରହିବ ବୋଲି ସେତେବେଳେ ୟୁନିୟନ ପକ୍ଷରୁ ଘୋଷଣା କରାଯାଇଥିଲା।
ଏହି ୩ ଦିନିଆ ଧର୍ମଘଟ ପରେ ଦାବି ପୂରଣ ନହେଲେ ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାଙ୍କ୍ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଥିବା ଜଣା ପଡିଛି।

Leave A Reply

Your email address will not be published.