ବିରମିତ୍ରପୁର: ଟାଉନ୍ ମଧ୍ୟରେ ଦନ୍ତାହାତୀ।। ଲୋକେ ଆତଙ୍କିତ।। ବନବିଭାଗ ର ଜଙ୍ଗଲ କୁ ଘଉଡ଼ାଇବାକୁ ଉଦ୍ୟମ।

0 67

ବିରମିତ୍ରପୁର ସହରରେ ଦନ୍ତାହାତୀ ଆତଙ୍କ। ବନ ବିଭାଗ ରଖିଛି ନଜର।
ବିରମିତ୍ରପୁର:୨୮/୯
(ସତ୍ୟାନ୍ୟୁଜ) ସହର ରାସ୍ତାରେ ବୁଲିଲା ଜଙ୍ଗଲୀ ଦନ୍ତାହାତୀ।ହାତୀକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନ ବିଭାଗର ଅଭିଯାନ ଆରମ୍ଭ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ସହରରେ ଜଙ୍ଗଲୀ ଦନ୍ତାହାତୀକୁ ନେଇ ଆତଙ୍କ।
ରାତିରେ ହାଇୱେ ଉପରେ ହାତୀଟି ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ, ସକାଳୁ ଏହା ସହର ଭିତରକୁ ପଶି ଆସିଥିଲା। ଜନବସତି ଅଞ୍ଚଳରେ ଦନ୍ତାହାତୀର ଚଳପ୍ରଚଳ ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ହାତୀକୁ ଦେଖିବା ପାଇଁ ଲୋକେ ରାସ୍ତା କଡ଼ରେ ଭିଡ଼ ଜମାଇଥିବା ବେଳେ, ଯେକୌଣସି ଅଘଟଣକୁ ନେଇ ଚିନ୍ତା ବଢ଼ିଥିଲା। ହାତୀଟି ଲୋକଙ୍କ ଆଡ଼କୁ ନଯିବା ପାଇଁ ବନ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି।
ବନ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦନ୍ତାହାତୀର ଗତିବିଧି ଉପରେ ନଜର ରଖିଛି। ହାତୀକୁ ସୁରକ୍ଷିତ ଭାବେ ସହର ଅଞ୍ଚଳରୁ ଘଉଡ଼ାଇ ପୁଣି ଜଙ୍ଗଲ ଆଡ଼କୁ ପଠାଇବା ପାଇଁ ଅଭିଯାନ ଜାରି ରହିଛି।
ଏପଟେ ହାତୀ ନିକଟକୁ ନଯିବା, ଭିଡ଼ ନକରିବା ଏବଂ ହାତୀକୁ ଉତ୍ତେଜିତ ନକରିବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି।
ବିରମିତ୍ରପୁର ସହରରୁ ଦନ୍ତାହାତୀଟିକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନ ବିଭାଗର ପ୍ରୟାସ ଜାରି ରହିଛି।

Leave A Reply

Your email address will not be published.