ସୁନ୍ଦରଗଡ଼ : ଟ୍ରକ୍ ଧକ୍କାରେ ଗ୍ରାମବାସୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ।। ଘଟଣା ସ୍ଥଳରେ ପୋଲିସ୍।

0 105

ସୁନ୍ଦରଗଡ଼ରେ ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ସୁନ୍ଦରଗଡ଼ : ୨୬/୯
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି ଫାଣ୍ଡି ନିକଟ ବଡ଼ବୁଙ୍ଗା ଅପର ବ୍ରିଜ୍ ତଳେ ଶନିବାର ଦିନ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଧକ୍କାରେ ବଡ଼ବୁଙ୍ଗା ଗାଁର ରଜତ ସୁନାନୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।
ଦୁର୍ଘଟଣା ପରେ ଟ୍ରକ୍ ନେଇ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ରଜତଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିଲା।
ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କୋଲ୍ କରିଡର ରାସ୍ତା ଅବରୋଧ କରିଛନ୍ତି।
ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସୁନ୍ଦରଗଡ଼ SDPO ନିର୍ମଳ କୁମାର ମହାପାତ୍ର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି।
ଅନ୍ୟପକ୍ଷରେ, ପୁଲିସ ଦୁର୍ଘଟଣାର କାରଣ, ଟ୍ରକ୍‌ର ପରିଚୟ ଏବଂ ଫେରାର ଚାଳକଙ୍କ ସନ୍ଧାନ ପାଇଁ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ପୁଲିସ ମୁତୟନ ରହିଛି।

Leave A Reply

Your email address will not be published.