ରାଉରକେଲା : ସାଂସଦ ଜୁଏଲ ଓରାମଙ୍କ ପ୍ରତିନିଧିଙ୍କ ନାମରେ ଲହୁଣୀପଡା ଥାନାରେ ମାମଲା।। ପୋଲିସ୍ ତଦନ୍ତ ଜାରି।

0 163

ରାଉରକେଲା: ୨୮/୯
(ସତ୍ୟାନ୍ୟୁଜ) ମାଇନ୍ସ ଏରିଆ ରେ ଖଣିଜ ପଦାର୍ଥ ପରିବହନ କୁ କେନ୍ଦ୍ର କରି ଲାଗି ରହି ଥିବା ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଖଣ୍ଡାଧାର କୁରମିତ୍ତର ଲୌହ ଖଣି ପରିବହନ କୁ କେନ୍ଦ୍ର କରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ବାଗୁନ ଗଗରାଇ ଏବଂ ଗାଡ଼ି ମାଲିକ ହୃଷୀକେଶ ମହାନ୍ତ ଙ୍କ ମଧ୍ୟରେ ବିବାଦ ଥାନାରେ ପହଞ୍ଚିଛି। ହୃଷୀକେଶ ଲହୁଣୀପଡା ଥାନାରେ ଦେଇଥିବା ଏତେଲା ଅନୁଯାୟୀ ବାଗୁନ୍
ଗଗରାଇ ଏବଂ ଦୁଇଜଣ ସହଯୋଗୀ ତାଙ୍କୁ ଜୀବନ ରେ ମାରି ଦେବାକୁ ଧମକ ଦେଇଛନ୍ତି। ପୋଲିସ୍ ଏହି ଏଫ୍ ଆଇ ଆର୍ ଆଧାରରେ ବାଗୁନ୍ ଗଗରାଇ ଏବଂ ସହଯୋଗୀଙ୍କ ନାମରେ ମାମଲା ରଜ୍ଜୁ କରି ତଦନ୍ତ କରୁଛନ୍ତି। ଅନ୍ୟପକ୍ଷରେ ବାଗୁନ୍ ଙ୍କ ଏତେଲା କ୍ରମେ ହୃଷୀକେଶ ଙ୍କ ନାମରେ ମଧ୍ୟ ଏକ ମାମଲା ରଜ୍ଜୁ କରି ପୋଲିସ୍ ତଦନ୍ତ କରୁଛି। ନିଜ ପ୍ରତି ଏବଂ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ହୃଷୀକେଶ ମହାନ୍ତ ସୁରକ୍ଷା ପାଇଁ ପୋଲିସ୍ କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.