ବିରମିତ୍ରପୁର: ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ।। ଗୋଠ ଛଡା ଦନ୍ତା କୁ ଘଞ୍ଚ ଜଙ୍ଗଲକୁ ଘଉଡ଼ାଇବାକୁ ଗ୍ରାମ ବାସୀଙ୍କ ଦାବି।

0 145

ବିରମିତ୍ରପୁର: ୨୬/୯
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଥମୁନାହିଁ ହାତୀ ଆତଙ୍କ। ଜାରି ରହିଛି ହାତୀ ମଣିଷ ମଧ୍ୟରେ ଲଢ଼େଇ।
ଆଜି ସକାଳେ ପୁଣି ହାତୀ ଆକ୍ରମଣରେ ଜଣେ ୬୫ ବର୍ଷୀୟ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି। ଏକ ଗୋଠ ଛଡା ଦନ୍ତା ଗତ କିଛି ଦିନ ହେଲା ବିରମିତ୍ରପୁର ଏବଂ
ରାଏବଗା ଅଞ୍ଚଳରେ ଉପଦ୍ରବ ଜାରି ରଖିଛି। ଆଜି ସକାଳେ ରାଏବଗା ଥାନା ଅନ୍ତର୍ଗତ
ଝୁନମୁର୍ ଠାରେ ଏକ ଦନ୍ତା ଆକ୍ରମଣରେ ସିରିନ୍ କୁଲୁ ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି। ସକାଳ ପ୍ରାୟ ୮ଟା ବେଳେ ସିରିନ୍ କ୍ଷେତକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା। ସିରିନ୍ ଦୌଡି ପଳାଇବାକୁ ଉଦ୍ୟମ।କରୁଥିବା ବେଳେ ହାତୀ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଦଳି ମାରି ଦେଇଥିଲା। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ସହ ଅସନ୍ତୋଷ ଦେଖା ଦେଇଛି। ଦନ୍ତାହାତୀକୁ ଘଞ୍ଚ ଜଙ୍ଗଲ କୁ ଘଉଡ଼ାଇବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.