ମାଲକାନଗିରି : ବନ୍ୟା ପାଣି ଘେର ରୁ ୧୦ ଟି ପରିବାର କୁ ଉଦ୍ଧାର କଲେ ଓଡ଼୍ରାଫ୍ ଏବଂ ଫାୟାର ଟିମ୍।। ଉଦ୍ଧାର କାର୍ଯ୍ୟ ଜାରି।

0 50

ମାଲକାନଗିରି : ୨୫/୯
(ସତ୍ୟାନ୍ୟୁଜ) ମାଲକାନଗିରିରେ ବନ୍ୟା ପରିସ୍ଥିତି। କୁଡୁକୁ ଗ୍ରାମରେ ODRAF ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି।
ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ମାଥିଲି ବ୍ଲକ୍‌ ଅନ୍ତର୍ଗତ କୁଡୁକୁ ଗ୍ରାମରେ ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟ ଜାରି ରହିଛି।
ବିପଦପୂର୍ଣ୍ଣ ସ୍ଥିତିରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ODRAF ଓ ଅଗ୍ନିଶମ ବାହିନୀର ମିଳିତ ଟିମ୍ ମୁତୟନ ହୋଇଛି। ଉଦ୍ଧାରକାରୀ ଦଳ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଘରେ ଫସିଥିବା ଲୋକଙ୍କୁ ଚିହ୍ନଟ କରି ସୁରକ୍ଷିତ ଭାବେ ସ୍ଥାନାନ୍ତର କରୁଛନ୍ତି।
ଏପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ODRAF ଓ ଅଗ୍ନିଶମ ବାହିନୀର ମିଳିତ ପ୍ରୟାସରେ ୧୦ଟି ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ, ଆବଶ୍ୟକତା ଅନୁସାରେ ଅନ୍ୟ ପ୍ରଭାବିତ ପରିବାରଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଉଦ୍ଧାର ଟିମ୍‌ ପ୍ରସ୍ତୁତ ରହିଛି।

Leave A Reply

Your email address will not be published.