ରାଉରକେଲା: ସର୍କିଟ ହାଉସ୍ ଘଟଣାରେ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ।। ଜିଲ୍ଲାପାଳଙ୍କ ଦାୟିତ୍ୱରେ ସର୍କିଟ ହାଉସ୍।। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ।

0 128

ରାଉରକେଲା : ୧୯/୯
(ସତ୍ୟାନ୍ୟୁଜ) ସର୍କିଟ ହାଉସ୍ ଦାୟିତ୍ୱରେ ରହିବେ ଜିଲ୍ଲାପାଳ। ପୂର୍ବରୁ ଉପଜିଲ୍ଲାପାଳ ଦାୟିତ୍ୱରେ ଥିଲେ। ଦାୟିତ୍ୱରେ ଥିବା ନାଜିର ଙ୍କୁ ଏହି କାର୍ଯ୍ୟରୁ ଅନ୍ତର କରାଯାଇଛି । ରାଉରକେଲା ସର୍କିଟ ହାଉସ୍ ରେ ଘଟି ଯାଇଥିବା ବିଭିନ୍ନ ପ୍ରସଙ୍ଗ ଉପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିଜ ପ୍ରତିକ୍ରିୟା ରଖିଛନ୍ତି। ରାଜସ୍ୱ ବିଭାଗ କୁ ଏ ବାବଦରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଅଗଷ୍ଟ ୧୪ ତାରିଖରେ ସର୍କିଟ ହାଉସ୍ ରୁ ବନ୍ଧୁକ ଗୁଳି ଜବତ ଏବଂ ୧୨ ଜଣ ଅପରାଧୀ ପ୍ରବୃତ୍ତି ଯୁବକ ଗିରଫ ହେବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ପରେ ଜଣେ ୱେବ୍ ସିରିଜ୍ ନାୟିକା ସେଠାରେ ଆସି ରହିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇ ଥିଲା। ଏହି ଘଟଣାକୁ ନେଇ ରାଜସ୍ୱ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସର୍କିଟ ହାଉସ୍ ର ସମସ୍ତ ଦାୟିତ୍ବ ଜିଲ୍ଲାପାଳ ସିଧାସଳଖ ବୁଝିବେ। ଯେଉଁମାନେ ସର୍କିଟ ହାଉସ୍ ରୁମ୍ ବୁକିଙ୍ଗ ଦାୟିତ୍ୱରେ ଥିଲେ ସେମାନଙ୍କ ଏଥିରୁ ଅବ୍ୟାହତ ଦିଆ ଯାଇଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସୁନ୍ଦରଗଡ଼ରେ କହିଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.