ରାଉରକେଲା : “ସେବା ସଂକଳ୍ପ ଅଭିଯାନ ” – ୨୦୨୬ ର ଶୁଭାରମ୍ବ।। ଏକମାସ ଧରି ଚାଲିବ।। ପ୍ରଥମ ଦିନରେ କୁଆଁରମୁଣ୍ଡା ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ।
ସେବା ସଂକଳ୍ପ ଅଭିଯାନ”-୨୦୨୬ ର ଶୁଭାରମ୍ଭ। କୁଆରମୁଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ସାଂସଦଙ୍କ ସଫେଇ ଅଭିଯାନ
ରାଉରକେଲା, ୧୮/୦୯/୨୦୨୬: ସମଗ୍ର ରାଜ୍ୟରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର କାର୍ଯ୍ୟକ୍ରମ ଚାଲିଛି । ଏହି ଅଭିଯାନ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସବ୍ୟାପୀ ଚାଲିବ, ଏହା ଅଧୀନରେ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣମୂଳକ ଓ ସେବାମୂଳକ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହେବ।
ଏହି ପରିପେକ୍ଷୀରେ ଶୁକ୍ରବାର ଦିନ ସାଂସଦ ଜୁଏଲ ଓରାମ କୁଆରମୁଣ୍ଡା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେବା ସହ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।
ଏହି ଅବସରରେ ସେ ସ୍ୱଚ୍ଛତା ଅଭିଯାନ ଅଧୀନରେ ଗ୍ରାମରୁ ସହର, ବିଦ୍ୟାଳୟ, କାର୍ଯ୍ୟାଳୟ, ରାଜ୍ୟ ଏବଂ ଦେଶ କୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା ପାଇଁ ଶପଥ ପାଠ ଗ୍ରହଣ କରିଥିଲେ। ଏହା ସହ ସେ ପିଲାମାନଙ୍କୁ ଉଚିତ ଶିକ୍ଷା ଗ୍ରହଣ କରି ସୁନ୍ଦର ଭବିଷ୍ୟତ ଗଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁରଞ୍ଜନ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ,ସମ
ନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ପାନପୋଷ ବିକ୍ରାଣି କିସ୍ପଟ୍ଟା, କୁଆରମୁଣ୍ଡା ବିଡ଼ିଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।