ଭୁବନେଶ୍ବର : ପାଣିରେ କାର ଭାସି ଯାଇ ଗୋଟିଏ ପରିବାରରେ ୭ ସଦସ୍ୟ ମୃତ।। ସମସ୍ତେ ଜୟଦେବ ବିହାର ଅଞ୍ଚଳର।। ମଧ୍ୟପ୍ରଦେଶରେ ଘଟିଛି ଏହି ଦୁଃଖଦ ଘଟଣା।

0 89

ଭୁବନେଶ୍ବର: ୧୯/୯
(ସତ୍ୟାନ୍ୟୁଜ) ଭାସିଗଲା କାର। କାରରେ ଥିବା ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ। ଡ୍ରାଇଭର ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟ ରେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳ ର ଗୋଟିଏ ପରିବାରର ୭ ଜଣ ସଦସ୍ୟ ଅଛନ୍ତି। କାରରେ ଥିଲେ ଭୁବନେଶ୍ୱର ର ବନମାଳୀ ବେହେରାଙ୍କ ପରିବାର। ଝିଅ , ଜ୍ୱାଇଁ , ପୁଅ , ନାତି , ନାତୁଣୀ ବୁଲି ଯାଉଥିଲେ ଏହି କାରରେ। ।
ଏହି ଘଟଣା ଘଟିଛି ମଧ୍ୟପ୍ରଦେଶ ରେ । ପରିବାର ଲୋକେ ବଗଳାମୁଖୀ ମନ୍ଦିର ମା ଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବର୍ଷା ଜଳ ପ୍ରବାହ ହେଉଥିବା ସ୍ଥାନରେ ଡ୍ରାଇଭର କାର ପାର କରୁଥିବା ବେଳେ ପ୍ରବଳ ସ୍ରୋତରେ କାର ଟି ଭାସି ଯାଇଥିଲା। ୩ ଜଣ ପିଲାଙ୍କ ସହ ପରିବାର ର ୭ ଜଣଙ୍କ ଏହି ଦୁଃଖଦ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। କାର ଡ୍ରାଇଭର ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଆଜି ମୃତକଙ୍କ ମର ଶରୀର କୁ ଭୁବନେଶ୍ୱର ବିମାନ ଯୋଗେ ଅଣା ଯିବ। ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ।
ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ଗଭୀର ଶୋକ ପ୍ରକଟ କରିଛନ୍ତି। ପରିବାର ବର୍ଗଙ୍କୁ ସମବେଦନା ଦେବା ସହ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.