ବିରମିତ୍ରପୁର: ଷ୍ଟେଟ୍ ବ୍ୟାଙ୍କଏଟିଏମ୍ ଲୁଟ୍ ଉଦ୍ୟମ।। ଗ୍ୟାସ କଟର କାଉଣ୍ଟର କାଟିବା ବେଳେ ନିଆଁ ଲାଗି ଗଲା।। ଧରା ପଡ଼ିବା ଭୟରେ ପଳାଇଲେ ଲୁଟେରା।
ବିରମିତ୍ରପୁର : ୨୦/୯
(ସତ୍ୟାନ୍ୟୁଜ) ପୁଣି ସକ୍ରିୟ ହୋଇ ଉଠିଛନ୍ତି ଏଟିଏମ୍ କାଉଣ୍ଟର ଲୁଟେରା। ଆଜି ଭୋରୁ ବିରମିତ୍ରପୁର ଥାନା ଅନ୍ତର୍ଗତ ରାଏବଗା ରୋଡ ରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ରେ ଲୁଟେରା ମାନେ ଚୋରି କରିବାକୁ ଆସିଥିଲେ। ଗ୍ୟାସ କଟର୍ ସାହାଯ୍ୟରେ ଏଟିଏମ୍ କୁ କାଟି ଟଙ୍କା ବାହାର କରିବାକୁ ଉଦ୍ୟମ କଲା ବେଳେ ନିଆଁ ଲାଗି ଯାଇଥିଲା। କାଉଣ୍ଟର ରେ ନିଆଁ ବ୍ୟାପି ଯିବାରୁ ଚୋର ମାନେ ଗ୍ୟାସ୍ କଟର ନେଇ ପଳାଇଥିଲେ। ସ୍ଥାନୀୟ କିଛି ଲୋକ ନିଆଁ ଲାଗିଥିବା ଦେଖି ଫାୟାର ବ୍ରିଗେଡ୍ କୁ ଖବର ଦେଇଥିଲେ। ଫାୟାର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିବା ବେଳେ କ୍ଷୟ କ୍ଷତିର ଆକଳନ କରାଯାଇ ପାରିନାହିଁ। ତେବେ କାଉଣ୍ଟର ରେ ଥିବା ଟଙ୍କା ନିଆଁ ରେ ନଷ୍ଟ ହୋଇଛି କି ନାହିଁ ତଦନ୍ତ ପରେ ଜଣା ପଡିବ। ବ୍ୟାଙ୍କ୍ ର ଟେକ୍ନିକାଲ ଟିମ୍ ଏବଂ ପୋଲିସ୍ ଘଟଣାର ତଦନ୍ତ କରୁଛନ୍ତି