ରାଉରକେଲା: ବାଇକ୍ କୁ ଧକ୍କା ଦେଇ କାର ନେଇ ପଳାଇଲା ଡ୍ରାଇଭର।। ବାଇକ୍ ଚାଳକ ମୃତ।। ଘଟଣା ସ୍ଥଳରେ ପୋଲିସ୍।

0 256

ରାଉରକେଲା : ୧୯/୯
(ସତ୍ୟାନ୍ୟୁଜ) କାର ଧକ୍କାରେ ବାଇକ୍ ଆରୋହୀ ମୃତ। ବାଇକ୍ କୁ ଧକ୍କା ଦେବା ପରେ କାର ଧରି ଚାଳକ ଫେରାର ହୋଇ ଯାଇଛି। ଏପରି ଘଟଣା ଘଟିଛି ଲାଠିକଟା ଥାନା ଅନ୍ତର୍ଗତ ସିଉଡ଼ି ନିକଟ ୧୪୩ ନମ୍ୱର୍ ଜାତୀୟ ରାଜପଥରେ।
ପ୍ରାୟ ସନ୍ଧ୍ୟା ୯ ଟା ସମୟରେ ଜଣେ ବ୍ୟକ୍ତି ବାଇକ୍ ରେ ଘରକୁ ଯାଉଥିବା ବେଳେ ଏକ ଦ୍ରୁତଗାମୀ କାର ବାଇକ୍ କୁ ଧକ୍କା ଦେଇ ପଳାଇ ଥିଲା। ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇ ଯାଇଥିଲା। ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଫେରାର ଥିବା କାର ଚାଳକ କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.