ରାଉରକେଲା : ରାଜ୍ୟସ୍ତରୀୟ ରୋଡ ସାଇକ୍ଲିଙ୍ଗ ଚମ୍ପିଆନଶିପ ଉଦ୍ଘାଟିତ।। ୩ ଦିନ ଧରି ଚାଲିବ।। ସକାଳ ୭ ରୁ ଦିନ ୩ଟା ପର୍ଯ୍ୟନ୍ତ ପ୍ରତିଯୋଗିତା।
୪୩ତମ ରାଜ୍ୟସ୍ତରୀୟ ରୋଡ୍ ସାଇକ୍ଲିଂ ଚାମ୍ପିୟନଶିପ୍ ଓ ଅସ୍ମିତା ସାଇକ୍ଲିଂ ଟୁର୍ଣ୍ଣାମେଣ୍ଟ ଆରମ୍ଭ। ୩ ଦିନ ଧରି ଚାଲିବ।
ରାଉରକେଲା : ୧୯/୯
(ସତ୍ୟାନ୍ୟୁଜ) ରାଉରକେଲାରେ ଆରମ୍ଭ ହୋଇଛି ୪୩ତମ ରାଜ୍ୟସ୍ତରୀୟ ରୋଡ୍ ସାଇକ୍ଲିଂ ଚାମ୍ପିୟନଶିପ୍ ଏବଂ ଅସ୍ମିତା ସାଇକ୍ଲିଂ ଟୁର୍ଣ୍ଣାମେଣ୍ଟ। ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ଓ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ମିଳିତ ଆୟୋଜନରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲିବ।
ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ସାଇକ୍ଲିଂ ଚାମ୍ପିୟନଶିପ୍ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାଇକ୍ଲିଷ୍ଟମାନେ ଅଂଶଗ୍ରହଣ କରୁଛନ୍ତି।
ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସେକ୍ଟର-୭ ଛକ ରିଙ୍ଗ୍ ରୋଡ୍ରୁ କନକ ମଞ୍ଜରୀ ଫାର୍ମାସିଷ୍ଟ କଲେଜ୍ ପର୍ଯ୍ୟନ୍ତ ରାସ୍ତାରେ ସାଇକ୍ଲିଂ ପ୍ରତିଯୋଗିତା ଆୟୋଜିତ ହେଉଛି।
ଏହି ଚାମ୍ପିୟନଶିପ୍ ମାଧ୍ୟମରେ ରାଜ୍ୟର ଯୁବ ସାଇକ୍ଲିଷ୍ଟମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ମଞ୍ଚ ମିଳିବା। ସାଇକ୍ଲିଂକୁ ଏକ ପ୍ରତିଯୋଗିତାମୂଳକ କ୍ରୀଡ଼ା ଭାବେ ପ୍ରୋତ୍ସାହନ ଦେବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।
ରାଉରକେଲାରେ ଚାଲିଥିବା ଏହି ସାଇକ୍ଲିଂ ପ୍ରତିଯୋଗିତାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।