ରାଉରକେଲା : ଡାକ୍ତରଙ୍କ ଘରୁ ଚୋରି ମାମଲାରେ ଜଣେ ଗିରଫ।। ଚୋରି ଟଙ୍କାରେ କାର , ସ୍କୁଟି ଆଦି କିଣି ଅୟସ କରୁଥିଲେ।। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର।
ରାଉରକେଲା : ୧୫/୮
(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ୍ କଲୋନୀ ରେ ଜଣେ ଡାକ୍ତରଙ୍କ ଘରୁ ଗତ ମାର୍ଚ୍ଚ ମାସରେ ଚୋରି ହୋଇ ଥିବା ୧୦ ଲକ୍ଷ ଟଙ୍କା ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ଅଛନ୍ତି। ଡାକ୍ତର ରଜତ କୁମାର ଦାସ ଏବଂ ପରିବାର ଲୋକେ ଘରେ ନଥିବା ବେଳେ ଦୁର୍ବୃତ୍ତ ମାନେ କବାଟ ଭାଙ୍ଗି ନଗଦ ୧୦ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟି ନେଇଥିଲେ। ପୋଲିସ୍ ତଦନ୍ତ କରି ମାଲଗୋଦାମ ଅଞ୍ଚଳର ଜଣେ ଅଭିଯୁକ୍ତକୁ ଧରିଛନ୍ତି। ଅଭିଯୁକ୍ତ ମହମ୍ମଦ କୋସର୍ ଚୋରି ଟଙ୍କାରେ ଏକ କାର ଏବଂ ସ୍କୁଟି କିଣି ଥିବା ବେଳେ ପୋଲିସ୍ ଉକ୍ତ ଗାଡ଼ି ଦୁଇଟିକୁ ଜବତ୍ କରିଛନ୍ତି। ଲୁଟି ଥିବା ୧୦ ଲକ୍ଷ ଟଙ୍କା କୁ ୪ ଜଣ ଅଭିଯୁକ୍ତ ନିଜ ଭିତରେ ବାଣ୍ଟି ନେଇଥିଲେ। ପୋଲିସ୍ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।