ରାଉରକେଲା : ସର୍କିଟ ହାଉସ୍ ରୁ ପିସ୍ତଲ୍ ସହ ଦୁଇ ଯୁବକ ଗିରଫ।। ୨ ପିସ୍ତଲ୍ ଜବତ୍।।

0 107

BREAKING NEWS

ରାଉରକେଲା ସର୍କିଟ ହାଉସରୁ ପିସ୍ତଲ ସହ ୨ ଯୁବକ ଗିରଫ — ରାଜନୈତିକ ଲିଙ୍କ୍ ନେଇ ଚର୍ଚ୍ଚା

ରାଉରକେଲା: ସର୍କିଟ ହାଉସରୁ ଦୁଇଟି ପିସ୍ତଲ ସହ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ। ଅପରାଧ ଘଟାଇବା ଉଦ୍ଦେଶ୍ୟରେ ସେମାନେ ଅସ୍ତ୍ର ରଖିଥିବା ନେଇ ପୋଲିସର ସନ୍ଦେହ ରହିଛି।

ସୂଚନା ଅନୁସାରେ, ଗତ ପ୍ରାୟ ଏକ ମାସ ଧରି ଦୁଇ ଯୁବକ ସର୍କିଟ ହାଉସରେ ରହୁଥିଲେ। ଗିରଫ ପରେ ସେମାନଙ୍କ ଗତିବିଧି, ଅସ୍ତ୍ର କେଉଁଠାରୁ ଆସିଲା ଏବଂ କୌଣସି ଅପରାଧିକ ଯୋଜନା ଥିଲା କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ଘଟଣାକୁ ନେଇ ସର୍କିଟ ହାଉସର ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ପୋଲିସ ସ୍କାନରରେ ରହିଛନ୍ତି। ଏହାସହ ଦୁଇ ଯୁବକଙ୍କର କୌଣସି ରାଜନୈତିକ ଲିଙ୍କ୍ ରହିଛି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଘଟଣାର ପଛରେ ଥିବା ପ୍ରକୃତ ଉଦ୍ଦେଶ୍ୟ କ’ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

Leave A Reply

Your email address will not be published.