ରାଉରକେଲା : ହାଇୱେ କଡ଼ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର।। ହତ୍ୟା ସନ୍ଦେହ।। ପୋଲିସ୍ ତଦନ୍ତ ଜାରି।

0 130

୧୪୩ ନମ୍ୱର୍ ଜାତୀୟ ରାଜପଥରେ ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
ଚାନ୍ଦିପୋଷ, ୧୬/୮:
(ସତ୍ୟାନ୍ୟୁଜ) ଚାନ୍ଦିପୋଷ ଥାନା ବଜାର ନିକଟ ୧୪୩ ନମ୍ୱର୍ ଜାତୀୟ ରାଜପଥ କଡ଼ରୁ ରବିବାର ସକାଳେ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ ହୋଇଛି। ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ।
ଖବର ପାଇ ଚାନ୍ଦିପୋଷ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାଟି ଶନିବାର ବିଳମ୍ବିତ ରାତିରେ ଘଟିଥିବା ସନ୍ଦେହ କରାଯାଉଛି।
ମୃତଦେହ ନିକଟରୁ ଚପଲ, ସାର୍ଟ ଏବଂ ଏକ ବଡ଼ ପଲିଥିନ୍ ମିଳିଥିବାରୁ ଘଟଣାକୁ ନେଇ ସନ୍ଦେହ ଆହୁରି ବଢ଼ିଛି। ଯୁବକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ଏଠାରେ ମୃତଦେହ ଫିଙ୍ଗି ଦିଆଯାଇଛି କି ନାହିଁ, ସେନେଇ ପୁଲିସ ଖୋଳତାଡ଼ କରୁଛି।
ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Leave A Reply

Your email address will not be published.