ବଣାଇ: ପୋଟଳ ତୋଳିବାକୁ ଯାଇଥିଲେ ଚାଷୀ। ହଠାତ୍ ମାଡ଼ି ଆସିଲା ବନ୍ୟା ଜଳ।। ୩ ଘଣ୍ଟା ଗଛ ଉପରେ ରହିଲେ।। ଉଦ୍ଧାର କଲେ ଅଗ୍ନିଶମ ବାହିନୀ।

0 37

ପୋଟଳ ତୋଳିବାକୁ ଯାଇ ବନ୍ୟାଜଳରେ ଫସିଲେ ଚାଷୀ, ୩ ଘଣ୍ଟା ପରେ ଉଦ୍ଧାର
ବଣାଇ, ୧୬/୮ (ସତ୍ୟାନ୍ୟୁଜ): ପ୍ରବଳ ବର୍ଷା ଯୋଗୁଁ ବଣାଇ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଓ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗୋଟିଏ ପଟେ କୋଇଡା ବ୍ଲକରେ ରାସ୍ତା ଧୋଇଯାଇଥିବା ବେଳେ, ଅନ୍ୟପଟେ ବଣାଇ ଅଞ୍ଚଳରେ ବନ୍ୟାଜଳ ହଠାତ୍ ବୃଦ୍ଧି ପାଇବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ବଣାଇ ଥାନା ଅନ୍ତର୍ଗତ ବିଜାଡ଼ିହି ନିକଟରେ କିଛି ଚାଷୀ ପୋଟଳ ଚାଷ କରିଥିଲେ। ରବିବାର ସେମାନେ ଚାଷଜମିକୁ ପୋଟଳ ତୋଳିବା ପାଇଁ ଯାଇଥିଲେ। ତେବେ ହଠାତ୍ ବନ୍ୟାଜଳ ଚାଷଜମି ଆଡ଼କୁ ମାଡ଼ି ଆସିବାରୁ ଚାଷୀମାନେ ଭୟଭୀତ ହୋଇପଡ଼ିଥିଲେ।
ଜୀବନ ବଞ୍ଚାଇବା ପାଇଁ ସେମାନେ ନିକଟସ୍ଥ ଗଛ ଉପରେ ଆଶ୍ରୟ ନେଇଥିଲେ। ବନ୍ୟାଜଳ ବଢ଼ି ଚାଲିଥିବାରୁ ପ୍ରାୟ ୩ ଘଣ୍ଟା ଧରି ଚାଷୀମାନେ ଗଛ ଉପରେ ଫସି ରହିଥିଲେ। ଏହି ଘଟଣାର ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
ଦୀର୍ଘ ସମୟର ଉଦ୍ୟମ ପରେ ଅଗ୍ନିଶମ ବାହିନୀ ଚାଷୀମାନଙ୍କୁ ସୁରକ୍ଷିତ ଭାବେ ଗଛ ଉପରୁ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ ଗୁରୁଣ୍ଡିଆ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି।
ପ୍ରବଳ ବର୍ଷା ଓ ହଠାତ୍ ବନ୍ୟାଜଳ ବୃଦ୍ଧି ଯୋଗୁଁ ବଣାଇ ଉପଖଣ୍ଡର ଅନେକ ଅଞ୍ଚଳରେ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ନଦୀ, ନାଳ ଓ ତଳିଆ ଅଞ୍ଚଳ ନିକଟକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।

Leave A Reply

Your email address will not be published.