କୋଇଡା : ପ୍ରବଳ ବର୍ଷାରେ ଭାସିଗଲା ଗାଁ ର ମୁଖ୍ୟ ରାସ୍ତା।। ୨୫ ଫୁଟ ରାସ୍ତା ଭାଙ୍ଗି ଗଳି ପଡ଼ିଛି।। ଯାତାୟାତ ବାଧାପ୍ରାପ୍ତ।

0 48

କୋଇଡାରେ ପ୍ରବଳ ବର୍ଷା: ଭାସିଗଲା ବଡବାଲିଜୋର ଗାଁର ମୁଖ୍ୟ ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ।
କୋଇଡା, ୧୬/୮ (ସତ୍ୟାନ୍ୟୁଜ): ପ୍ରବଳ ବର୍ଷାରେ କୋଇଡା ବ୍ଲକ୍ ସୋୟମ୍ବା ପଞ୍ଚାୟତ ଅନ୍ତର୍ଗତ ବଡବାଲିଜୋର ଗ୍ରାମର ମୁଖ୍ୟ ରାସ୍ତା ଭାସିଯାଇଛି। ଗତ ରାତିରୁ ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବା ପରେ ରାସ୍ତା ତଳର ମାଟି ଧୋଇଯାଇଥିବାରୁ ପ୍ରାୟ ୨୦ରୁ ୨୫ ଫୁଟ ରାସ୍ତା ଭାଙ୍ଗି ତଳକୁ ଖସିପଡ଼ିଛି।
ରାସ୍ତା ତଳେ ବଡ଼ ଗାତ ସୃଷ୍ଟି ହୋଇଥିବା ବେଳେ ପଥର ଓ ମାଟି ପାଣିରେ ଭାସିଯାଇଛି। ଫଳରେ ଗାଁର ମୁଖ୍ୟ ରାସ୍ତାରେ ଗାଡ଼ି, ବାଇକ୍ କିମ୍ବା ଆମ୍ବୁଲାନ୍ସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି।
ଏହାର ପ୍ରଭାବରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଭଙ୍ଗା ରାସ୍ତା ଦେଇ ଯିବା ସମୟରେ ଦୁର୍ଘଟଣାର ଆଶଙ୍କା ରହିଛି। ବଜାର, ଡାକ୍ତରଖାନା, ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟ ଯିବା ପାଇଁ ଗ୍ରାମବାସୀଙ୍କୁ ଏବେ ଦୀର୍ଘ ରାସ୍ତା ବୁଲି ଯିବାକୁ ପଡ଼ୁଛି।
ରାସ୍ତା ନିକଟରେ ଗଛ ମଧ୍ୟ ପଡ଼ିରହିଛି। ଏଭଳି ପରିସ୍ଥିତିରେ ତୁରନ୍ତ ପ୍ରଶାସନ ପକ୍ଷରୁ ରାସ୍ତାର ମରାମତି ଓ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ତୁରନ୍ତ ପଦକ୍ଷେପ ନନିଆଗଲେ ବର୍ଷା ଦିନରେ ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଛି।

Leave A Reply

Your email address will not be published.