ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ବିଶ୍ୱ ରକ୍ତ ଶିକୁଳି ଦିବସ ପାଳିତ।। ଅଧିକ ସଚେତନତା ଉପରେ ଗୁରୁତ୍ୱାରୋପ।।

0 346

ସୁନ୍ଦରଗଡ଼ ଠାରେ ବିଶ୍ଵ ରକ୍ତ ଶିକୁଳି ଦିବସ ପାଳିତ

ସୁନ୍ଦରଗଡ଼ : ୨୯/୬ (ସତ୍ୟାନ୍ୟୁଜ) ଜିଲ୍ଲା ରେ ପାଳିତ ହୋଇଯାଇଛି ବିଶ୍ଵ ରକ୍ତ ଶିକୁଳି ଦିବସ । ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସର ରେ ଆଜି ବିଶ୍ୱ ରକ୍ତ ଶିକୁଳି ଦିବସ ପାଳନ ଅବସରରେ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ ଶ୍ରୀ କମଳ ଲାକ୍ରା, ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ର ନିର୍ଦ୍ଦେଶିକା ଶ୍ରୀମତୀ ସଂଗୀତା ଗୁପ୍ତା, ଜିଲ୍ଲାପାଳ ଡ଼ା ପରାଗ ଗଭାଲି, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦୁଃଖବନ୍ଧୁ ନାୟକ, ମେଡିକାଲ କଲେଜ ର ଡିନ ପ୍ରଫେସର ଡ଼ା. ଦୈତାରି ରାଉତରାୟ, ସି.ଡି.ଏମ.ଓ. ଡ଼ା ପ୍ରଶାନ୍ତ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦେଇଥିଲେ। ଏଥିରେ ବହୁ ସଂଖ୍ୟା ରେ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବ୍ଲକ ରୁ ହିତାଧିକାରୀ ମାନେ ଯୋଗ ଦେଇଥିଲେ
ଏହି ଅବସର ରେ ଅତିଥି ମାନେ ଜିଲ୍ଲା ରେ ରକ୍ତ ଶିକୁଳି ରୋଗ ର ସମ୍ପୁର୍ଣ୍ଣ ମୂଳୋତ୍ପାଟନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଏଥି ନିମନ୍ତେ ପ୍ରବଳ ମାତ୍ରା ରେ ଜନସଚେତନତା ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ। ବିବାହ ପୂର୍ବରୁ ଉଭୟ ବର କନ୍ୟା ଙ୍କ ର ରକ୍ତ ପରୀକ୍ଷା କରେଇବା, ରକ୍ତ ଶିକୁଳି ରୋଗୀ ଗର୍ଭବତୀ ହୋଇ ଥିଲେ ନିୟମିତ ଡାକ୍ତର ଙ୍କ ପରାମର୍ଶ ନେବା, ପ୍ରତ୍ୟେକ ପରିବାର ରେ ନିଜ ଏହି ରୋଗ ପ୍ରତି ସଚେତନ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ ଏହି ରୋଗ ର ଭୟାବହତା ସମ୍ପର୍କ ରେ ଜଣାଇବା ନେଇ କାର୍ଯ୍ୟକ୍ରମ ରେ ଅତିଥି ମାନେ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ସେହିପରି ରୋଗ ର ଲକ୍ଷଣ ପରିଲକ୍ଷିତ ହେଲେ ତୁରନ୍ତ ଡାକ୍ତରଖାନା ଯାଇ ଏହାର ପରୀକ୍ଷଣ କରିବା ଏବଂ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଔଷଧ ଗ୍ରହଣ କରିବା ଏବଂ ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ସେହିପରି ସମସ୍ତେ ସଙ୍କଳ୍ପବୋଧ ହୋଇ ଏହି ରୋଗ କୁ ସମ୍ପୁର୍ଣ୍ଣ ଭାବେ ମୂଳପୋଛ କରିବାକୁ ଆଗଭର ହେବା ସହିତ ରୋଗୀ ମାନଙ୍କୁ ସେମାନଙ୍କ ନିକଟରେ ସୁଲଭ ମୂଲ୍ୟ ରେ ଉତ୍ତମ, ଗୁଣବତ୍ତା ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ଉପରେ ମତ ପ୍ରକାଶ କରିଥିଲେ।
ଏହି ଅବସର ରେ ଆଜି ୪୦ ବର୍ଷ ବୟସ ରୁ କମ ବୟସ୍କ ଥିବା ୧୧୯୫ ଜଣଙ୍କର ରକ୍ତ ଶିକୁଳି ରେ ଆକ୍ରାନ୍ତ ମାନଙ୍କର ପରୀକ୍ଷା କରାଯାଇଥିଲା ଏବଂ କାଉନସେଲିଂ କରାଯାଇଥିଲା। ସେହିପରି ଅଣ ସଂକ୍ରାମକ ରୋଗ ର ମଧ୍ୟ ପରୀକ୍ଷା କରାଯାଇଥିଲା। ଏଥିରେ ପ୍ରାୟ ୫୦୨୩ ଜଣ ରକ୍ତ ଶିକୁଳି ରୋଗ ରେ ଆକ୍ରାନ୍ତ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ହିତାଧିକାରୀ ମାନଙ୍କୁ ” ସିକେଲ ସେଲ ଷ୍ଟାଟସ୍ ପରିଚୟ ପତ୍ର” ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଅବସର ରେ ହିତାଧିକାରୀ ମାନେ ନିଜ ନିଜର ଅଭିଜ୍ଞତା ,ଅନୁଭୂତି ବାଣ୍ଟି ଥିଲେ। ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.