ରାଉରକେଲା : ଡକାୟତି ଯୋଜନା ପଣ୍ଡ।। ୪ ଜଣ ଗିରଫ।। ଖଣ୍ଡା , ଭୁଜାଲି ଆଦି ଜବତ।

0 62

ରାଉରକେଲା:୧୫/୭
(ସତ୍ୟାନ୍ୟୁଜ) ରାଉରକେଲାରେ ବଡ଼ ଅପରାଧ ଘଟିବା ପୂର୍ବରୁ ପୋଲିସ୍ ଯୋଜନାକୁ ପଣ୍ଡ କରି ଦେଇଛି । ୭ ନମ୍ୱର୍ ସେକ୍ଟର ଥାନା ପୋଲିସ ବିଭିନ୍ନ ମାରଣାସ୍ତ୍ର ସହ ୪ ଜଣ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଜୁଲାଇ ୧୫ ତାରିଖ ବିଳମ୍ବିତ ରାତିରେ ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ସେକ୍ଟର-୬ ଜାମତୋଲି ପଡ଼ିଆରେ ଏକ ତେନ୍ତୁଳି ଗଛ ତଳୁ ୪ ଜଣଙ୍କୁ କାବୁ କରିଥିଲା। ସେମାନେ ପଥଚାରୀ ଓ ନିକଟସ୍ଥ ଘରଗୁଡ଼ିକରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୋଲିସ କହିଛି।
ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଖଣ୍ଡା, ଭୁଜାଲି, ଲୁହା ରଡ୍, କାଠ ବାଡ଼ି, କଟିଂ ପ୍ଲାସ୍ ଓ କ୍ରୋ-ବାର ଜବତ କରାଯାଇଛି। ଗିରଫ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ଜଣେ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଆପରାଧିକ ମାମଲା ରହିଥିବା ସୂଚନା ମିଳିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.